
ଆନନ୍ଦପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ବିଭିନ୍ନ ଗ୍ରାମ୍ୟ ସଡକ ଯୋଜନାର ଅନିୟମିତତା ଓ ନିମ୍ନମାନର କାର୍ଯ୍ୟର ତଦନ୍ତ ଓ ଶୈଲଙ୍ଗ ଛକ ଠାରୁ ଭଣ୍ଡାରିଡିହା ପର୍ଯ୍ୟନ୍ତ ରାସ୍ତା ର ନିର୍ମାଣ ପାଇଁ ପୃଥିବିରାଜ୍ କୁଅଁର ଙ୍କ ଦାବୀ.
ଆନନ୍ଦପୁର(ଆପ୍ର):କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ହୋଇଥିବା ବିଭିନ୍ନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ର ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଏବଂ ତଦନ୍ତ କରିବା ପାଇଁ ଘଷିପୁରା ବିଜେପି ନେତା ପୃଥିବିରାଜ୍ କୁଅଁର ଙ୍କ ପକ୍ଷରୁ ଦାବୀ ହୋଇଛି ଏହାକୁ ନେଇ ଘଷିପୁରା ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିବିରାଜ୍ କୁଅଁର ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଚିଫ ଇଞ୍ଜିନିୟର ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସୂଚନା ଯୋଗ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତ ର ପଦନା ଛକ ଠାରୁ ରାଇତୋଳା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ,ବଳରାମପୁର ପଞ୍ଚାୟତ ର ବଳରାମପୁର ଛକ ଠାରୁ ଅତାସାହି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତ ର ତିଗିରିଆ ଗ୍ରାମ ଠାରୁ ପୁରୁଣାବାନ୍ଧଗୋଡ଼ା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ,ମଦନପୁର ପଞ୍ଚାୟତ ର ପଥରପଦା ଗ୍ରାମ ଠାରୁ ଖଣ୍ଡିଦୋଳି ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାମ ଅତି ନିମ୍ନମାନର କରାଯାଉଥିବା ଯାହା ସରକାରଙ୍କ ମାନଦଣ୍ଡ ଅନୁସାରେ ହେଉ ନାହିଁ ବର୍ଷକ ତଳେ ହୋଇଥିବା କାମ ର ପିଚୁ ଉଠିଗଲାଣି ଏବଂ ଗୋଟିଏ ଗୋଟିଏ ଜାଗାରେ ଗାଢ଼ ମାନ ସୃଷ୍ଟି ହେଲାଣି ଏହାକୁ ନେଇ ଯେତେ ଅଭିଯୋଗ କଲେ ମଧ୍ୟ ଆନନ୍ଦପୁର ର ବିଭାଗୀୟ ଯନ୍ତ୍ରୀ ରାସ୍ତାର ମରାମତି ପ୍ରତି ଧ୍ୟାନ ଦେଉ ନାହାଁନ୍ତି ଯାହାକୁ ନେଇ ଘଷିପୁରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏହି ଘଟଣାକୁ ନେଇ ଏକ ତଦନ୍ତ କାରୀ ଦଳ ପଠାଇ ଏହି ରାସ୍ତା ଗୁଡିକର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରିବା ସହ କାମ କରିଥିବା ଠିକାଦାର ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାସ୍ତାର ମରାମତି ତୁରନ୍ତ କରିବା ପାଇଁ ଘଷିପୁରା ବିଜେପି ନେତା ପୃଥିବିରାଜ୍ କୁଅଁର ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଫ ଇଞ୍ଜିନିୟର ଙ୍କୁ ଅନୁରୋଧ କରିଛନ୍ତି ସେହିପରି ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଶୈଲଙ୍ଗ ଛକ ଠାରୁ ଭାୟା-ଖାଳିଆମେଣ୍ଟା ଭଣ୍ଡାରିଡିହା ପର୍ଯ୍ୟନ୍ତ ରାସ୍ତା ର ମରାମତି କିମ୍ବା ନୂତନ ନିର୍ମାଣ କାମ ଅଜକୁ ପ୍ରାୟ ୮ବର୍ଷ ହେବ ହୋଇନାହିଁ ଏହି ରାସ୍ତାର ଲମ୍ବା ପ୍ରାୟ୭/୮କିମି ହୋଇଥିବାବେଳେ ଏହି ରାସ୍ତା ଦେଇ ଦୈନଦିନ ପ୍ରାୟ ୩୦ଗୋଟି ଗ୍ରାମର ଲୋକେ ଚଳପ୍ରଚଳ କରିଥାନ୍ତି ଏବେ ଏହି ରାସ୍ତା ର ଅବସ୍ଥା ପୁରା ଶୋଚନୀୟ ହୋଇପଡିଛି ଏବଂ ଦୈନଦିନ ଏହି ରାସ୍ତାରେ ଦୁର୍ଘଟଣା ମାନ ଘଟୁଛି ଏହି ରାସ୍ତାଟି ଘଷିପୁରା ବ୍ଲକ ର ମୁଖ୍ୟ ରାସ୍ତା ହୋଇଥିବା ଯୋଗୁଁ ଏବଂ ଏହା ଆନନ୍ଦପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବାରୁ ଏହାର ତଦାରଖ କରି ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ସହ ଓସାରିଆ କରିବା ପାଇଁ ପୃଥିବିରାଜ୍ କୁଅଁର ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଫ ଇଞ୍ଜିନିୟର ଙ୍କ ନିକଟରେ ଏକ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି.
