
ଘଷିପୁରା ନିର୍ବାଚନ ମଣ୍ଡଳୀ ଜନ ସମ୍ବାଦ ରାଲିରେ ଧର୍ମେନ୍ଦ୍ର ପ୍ରଧାନ.
ଘଷିପୁରା():ଭାରତ ବର୍ଷର ଜସ୍ୱସି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ର ସଫଳତା ବିଷୟରେ ଜନସମ୍ବାଦ ରାଲିରେ ଉଦ୍ବୋଧନ ଦେବେ ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଭର୍ଚୁଆଲ ରାଲି ଆସନ୍ତା ୦୬.୦୭.୨୦୨୦ରିଖ ସୋମବାର ସକାଳ ୯.୩୦ରେ ଆରମ୍ଭ ହେବ ଏଥିରେ ଅନ୍ୟତମ ଅତିଥି ରୂପେ ଜିଲ୍ଲାର ପୂର୍ବତନ ସାଂସଦ ଅନନ୍ତ ଚରଣ ନାଏକ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ବର୍ମା ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ପ୍ରିୟ ନେତା ତଥା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିବିରାଜ୍ କୁଅଁର ଏହିକାର୍ଯ୍ୟକ୍ରମ ରେ ଯୋଗଦେବେ,ଏଥିରେ ବହୁ ସଂଖ୍ୟାରେ ବିଜେପି ରେ କାର୍ଯ୍ୟରତ କର୍ମୀମାନେ ଯୋଗଦେବେ ଏହି କାର୍ଯ୍ୟକ୍ରମକୁ ଜୁମ ଆପ ମାଧ୍ୟମରେ ନିଜନିଜ ମୋବାଇଲ ରେ ଡାଉନଲୋଡ କରି ଲିଙ୍କ କୁ ଉପଲବ୍ଧି କରି ଦେଖିପାରିବେ ଏବଂ ଶୁଣି ପାରିବେ ବୋଲି ବିଜେପି ନେତା ପ୍ୟାରୀମୋହନ ବାରିକ ଅନୁରୋଧ କରିଛନ୍ତି.

