
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଙ୍କ ଆଶୁ ଆରୋଗ୍ୟ କାମନା କଲେ ପୃଥିବି ରାଜ୍ କୁଅଁର,ନିଜ ସପରିବାରେ ହୋମ ଯଜ୍ଞ ଓ ପ୍ରାର୍ଥନା କରିଛନ୍ତି
ଆନନ୍ଦପୁର(ନ୍ୟୁଜବ୍ୟୁର):କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜେଟିଭ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି ଘଷିପୁରା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ବିଧାୟକ ପ୍ରାର୍ଥୀ ପୃଥିବି ରାଜ୍ କୁଅଁର କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ପୃଥିବି ରାଜ୍ କୁଅଁର ନିଜ ସପରିବାରେ ନିଜ ବାସଭବନରେ ହୋମ ଯଜ୍ଞ କରିବା ସହିତ ପ୍ରଭୁ ଜଗନ୍ନାଥ ଓ ମା ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏଥିରେ ବିଜେପି ଆଇଟି ସେଲର କୋଡ଼ିନେଟର ବାଇଧର ଚିନ୍ଦିରା ଉପସ୍ଥିତ ରହି ସହଯୋଗ କରିଥିଲେ.
