

ଦୃଷ୍ଟି ଆଢୁଆଳରେ ଆନନ୍ଦପୁର ର ଐତିହାସିକ ଗଡ଼ଖାଇ ସିଆଡିମାଳିଆ ଓ ମା ଧନେଇ ପୀଠ
ଆନନ୍ଦପୁର:-ଆନନ୍ଦପୁର ର ଉତ୍ତର ଦିଗରେ ଅବସ୍ଥିତ ଐତିହାସିକ ଶିଆଡିମାଳିଆ ର ପୁନରୁଦ୍ଧାର କାର୍ଯ୍ୟ କେବଳ ଯୋଜନାରେ ରହିଯାଇଛି ଗଡ଼ଖାଇ ର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ପ୍ରସ୍ତାବ ଜିଲ୍ଲାପ୍ରକଳ୍ପ ନିର୍ଦେଶକ ଙ୍କ କାର୍ଯ୍ୟାଳୟ କୁ ପଠାଯାଇଥିଲା ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୋୖଣସି ପଦକ୍ଷପ ନିଅଯାଉନାହିଁ ଏହାକୁ ନେଇ ସିଆଡିମାଳିଆ ମା ଧନେଇ ପୀଠ କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି କାହିଁ କେଉଁ ଆବାହନ କାଳରୁ ରାଜାରାଜୁଡା ଅମଳରୁ ପ୍ରାୟ ୨ଶହ ଏକରରୁ ଉର୍ଦ୍ଧ୍ୱ ଜାଗାରେ ଶିଆଡିମାଳିଆ ଗଢି ଉଠିଥିଲା ଶିଆଡିମାଳିଆ ର ମଧ୍ୟ ଭାବରେ ମା ଧନେଇ ଠାକୁରାଣୀ ପୀଠ ରହିଛି ଏହାର ଚାରିପାର୍ଶ୍ଵରେ ଥିବା ଜମିକୁ କିଛି ଲୋକ ଜବରଦଖଲ କରିଥିବାବେଳେ ମା ଧନେଇ ପୀଠ କମିଟି ର ସଭାପତି ବିଜୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକ ମାନଙ୍କୁ ନେଇ ଜବରଦଖଲ କରାଯାଇଥିବା ଜମିକୁ ଉଦ୍ଧାର କରାଯାଇଥିଲା ମା ଙ୍କ ପୀଠକୁ ଯିବା ପାଇଁ ରାସ୍ତା ନଥିବା ବେଳେ ବିଜୟ ମିଶ୍ରଙ୍କ ନେତୃତ୍ୱରେ ନିଜସ୍ୱ ଅର୍ଥରେ ମାଙ୍କ ପୀଠକୁ ଯିବା ପାଇଁ ରାସ୍ତା ବାହାର କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା ପରେପରେ ମାଙ୍କ କୁ ଇଲେକ୍ଟ୍ରି ର ବ୍ୟବସ୍ଥା ଓ ମା ଙ୍କ ପୀଠକୁ ଉନ୍ନତିକରଣ କରିବା ପାଇଁ ବିଜୟ କୁମାର ମିଶ୍ର ଓ ଧନେଇ କମିଟି ର ସଦସ୍ୟ ମାନଙ୍କ ସହାୟତାରେ ବିଭିନ୍ନ ବୃକ୍ଷରୋପଣ କରାଯିବା ସହ ମାଙ୍କ ପୀଠକୁ ଉନ୍ନତିକରଣ କରାଯାଇଥିଲା ଜବରଦଖଲ ଜମିକୁ ଉଦ୍ଧାର କରାଯିବା ପରେ ଏହାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପ୍ରଶାସନ ପକ୍ଷରୁ ଏହାର ସ୍ଥିତିକୁ ଅନୁଧ୍ୟାନ କରାଯାଇଥିଲା କିନ୍ତୁ ଆନନ୍ଦପୁର ଅଞ୍ଚଳର କିଛି ନ୍ୟାସ୍ତସ୍ୱାର୍ଥ ଗୋଷ୍ଠି କୁଚକ୍ରାନ୍ତ କରି ନିଜର ସ୍ୱାର୍ଥ ହାସଲ କରିବା ଏବଂ କିଛି ଅର୍ଥ ଉପାର୍ଜନ କରିବା ଉଦ୍ଧେଶ୍ୟ ରେ ଐତିହାସିକ ଗଡ଼ଖାଇ ଶିଆଡିମାଳିଆ ର ଉନ୍ନତିରେ ବାଧକ ସାଝିଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ରେ ଗଢି ଉଠିଥିବା ଶିଆଡିମାଳିଆ ଓ ମା ଧନେଶ୍ୱରୀ ପୀଠ ଆନନ୍ଦପୁର ର ଉଜ୍ଜ୍ୱଳ ଭବିଷ୍ୟତ ହୋଇଥିବାବେଳେ ଆନନ୍ଦପୁର ବାସୀ ସଚେତନ ହୋଇ ଏହି ଐତିହାସିକ ଗଡ଼ଖାଇ ଓ ମାଙ୍କ ପୀଠର ଉନ୍ନତି କରଣ ରେ ସମସ୍ତ ସହଯୋଗ କରିବାକୁ ମା ଧନେଇ ପୀଠ କମିଟିର ସଭାପତି ବିଜୟ କୁମାର ମିଶ୍ର ଅନୁରୋଧ କରିଥିବାବେଳେ ଆନନ୍ଦପୁର ବାସୀ ସଚେତନ ନହେଲେ ସେହି କୁଚକ୍ରି ଗୋଷ୍ଠି ନିଜ ସ୍ୱାର୍ଥ ହାସଲ କରିବାରେ ସକ୍ଷମ ହେବେ ଏବଂ ଐତିହାସିକ ଗଡ଼ଖାଇ ବିଲୁପ୍ତ ହେବା ସହ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯିବ ବୋଲି କିଛି ବୁଦ୍ଧିଜୀବୀ ଓ ସମାଜସେବୀ ଆଶଙ୍କା କରିଛନ୍ତି.
Express news24x7 live team
ଲାୟନଗଣେଶ୍ୱର ମହାନ୍ତି ଙ୍କ ରିପୋଟ







