ଘଷିପୁରା ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀ ଙ୍କ ଉଦବୋଧନ,କେନ୍ଦୁଝର ଜିଲ୍ଲାର ବିକାଶ ଓ ଅର୍ଥନୀତି କୁ ମଜଭୁତ କରିଛନ୍ତି ପ୍ରଧାନମନ୍ତ୍ରୀ .●ପ୍ରଧାନମନ୍ତ୍ରୀ ଙ୍କ ଡିଏମଏଫ ବ୍ୟବସ୍ତା ଜନଜାତିଙ୍କ ପ୍ରତି ଥିବା ସମ୍ବେଦନଶୀଳତାର ପରିଚୟ●ପ୍ରଧାନମନ୍ତ୍ରୀ ଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ●ମୋଦିଙ୍କ ଶାସନ କାଳରେ କେନ୍ଦ୍ରବିଦୁରେ ଗରିବ ଲୋକମାନେ ଅଛନ୍ତି●ସବୁଠୁ ତଳ ସ୍ତରର ଗରିବଙ୍କୁ ମୋୖଳିକ ସୁବିଧା ଯୋଗାଇବା ପାଇଁ ମୋଦି ସରକାର କଟିବଦ୍ଧ●ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ରେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ

ଘଷିପୁରା ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀ ଙ୍କ ଉଦବୋଧନ,
କେନ୍ଦୁଝର ଜିଲ୍ଲାର ବିକାଶ ଓ ଅର୍ଥନୀତି କୁ ମଜଭୁତ କରିଛନ୍ତି ପ୍ରଧାନମନ୍ତ୍ରୀ .
●ପ୍ରଧାନମନ୍ତ୍ରୀ ଙ୍କ ଡିଏମଏଫ ବ୍ୟବସ୍ତା ଜନଜାତିଙ୍କ ପ୍ରତି ଥିବା ସମ୍ବେଦନଶୀଳତାର ପରିଚୟ
●ପ୍ରଧାନମନ୍ତ୍ରୀ ଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ
●ମୋଦିଙ୍କ ଶାସନ କାଳରେ କେନ୍ଦ୍ରବିଦୁରେ ଗରିବ ଲୋକମାନେ ଅଛନ୍ତି
●ସବୁଠୁ ତଳ ସ୍ତରର ଗରିବଙ୍କୁ ମୋୖଳିକ ସୁବିଧା ଯୋଗାଇବା ପାଇଁ ମୋଦି ସରକାର କଟିବଦ୍ଧ
●ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ରେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ
ଘଷିପୁରା/ଆନନ୍ଦପୁର(ଆପ୍ର):ଘଷିପୁରା ନିର୍ବାଚନ ମଣ୍ଡଳୀରେ ଭର୍ଚୁଆଲ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଯାଇଛି ଏଥିରେ ମୋଦି ସରକାରରେ ବିଗତ ୬ ବର୍ଷ ଶାସନ କାଳରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଦେଶର ପ୍ରତ୍ୟେକ ଘରେ ଘରେ ପହଁଚାଇବା ପାଇଁ ଆରମ୍ଭ ହୋଇଥିବା ଭର୍ଚୁଆଲ୍ ଜନ ସମ୍ବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳି ସହ ଯୋଡ଼ିହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପୂର୍ବରୁ ଖଣି ନିଲାମୀ ଅର୍ଥକୁ ମାଗଣାରେ ପୁଞ୍ଜିପତି ମାନଙ୍କୁ ଟେକି ଦିଆଯାଉଥିଲା । ମାତ୍ର ମୋଦି ସରକାରରେ କେନ୍ଦୁଝର ଲୋକଙ୍କର ବିକାଶ ଓ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଖଣି କ୍ଷେତ୍ରରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇ ଜନଜାତିଙ୍କ ପ୍ରତି ଥିବା ସମ୍ବେଦନଶୀଳତାର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଗରିବ ଲୋକମାନେ ହିଁ କେନ୍ଦ୍ରବିନ୍ଦୁରେ ଅଛନ୍ତି । ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ମାଧ୍ୟମରେ ଦେଶର ସବୁଠୁ ତଳ ସ୍ତରର ଗରିବଙ୍କୁ ମୌଳିକ ସୁବିଧା ଯଥା ଘର, ଶୌଚାଳୟ, ବିଜୁଳି, ଗ୍ୟାସ ଯୋଗାଇବା ପାଇଁ ମୋଦି ସରକାର କଟିବଦ୍ଧ ବୋଲି ନିଜ ଭାଷଣ ରେ କହିଥିଲେ , ଓଡ଼ିଶା ଭଳି ରାଜ୍ୟ ପାଇଁ ଜାତୀୟ ରାଜପଥ, ରେଳ, ବିମାନ ସେବା ଓ ବଡ ବଡ ପ୍ରକଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ବଡ଼ ଦାୟିତ୍ୱ ନେଇଛନ୍ତି ।
ରାଜ୍ୟର ୭୫ ଭାଗ ଲୋକଙ୍କୁ ୮ ମାସ ପାଇଁ ମାସିକ ବ୍ୟକ୍ତି ପିଛା ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଡ଼ାଲିର ବ୍ୟବସ୍ଥା କରାଯାଇଛି । ଏହି କାରଣରୁ ଓଡ଼ିଶାର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରୁଛନ୍ତି । ଆମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଲ୍ୟାଣକାରୀ ଯୋଜନାକୁ ସବୁଠୁ ତଳ ଶ୍ରେଣୀର ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପଡ଼ିବ । ଏହା ଆମର ଦାୟିତ୍ୱ । ଏହାସହ ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣରେ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଓ ଏଥିପାଇଁ ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ଅବସରରେ ଘଷିପୁରା ପ୍ରିୟ ନେତା ତଥା ବିଧାୟକ ପ୍ରାର୍ଥୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଜନଜାତିଙ୍କ ବିକାଶକୁ ପ୍ରାଥମିକତା ଦେଇ ଆସୁଛନ୍ତି । ପୂର୍ବ ସରକାରରେ ଜନଜାତିଙ୍କୁ ଅବହେଳିତ କରାଯାଉଥିଲା ମାତ୍ର ମୋଦି ସରକାର ରେ ଜନଜାତିଙ୍କ ପାଇଁ ଅନେକ ଯୋଜନା କରାଯାଇଛି ଜନଜାତି ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ବିକାଶ ପାଇଁ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରାଯାଇଛି ଏହି ଭର୍ଚୁଆଲ ଜନସମ୍ବାଦ ରାଲି କୁ କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ବର୍ମା ଅଧ୍ୟକ୍ଷତା କରିଥିବାବେଳେ ଏଥିରେ କେନ୍ଦୁଝର ଜିଲ୍ଲାର ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ବିଜେପି କୃଷକ ମୋର୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ଵର ସାହୁ ପୂର୍ବତନ ସାଂସଦ ଅନନ୍ତ ନାଏକ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଆନନ୍ଦପୁର ମୁନିସପାଲଟି ର ପୂର୍ବତନ ଅଧକ୍ଷ ରାମଚନ୍ଦ୍ର ସାହୁ ଯୁବ ମୋର୍ଚ୍ଚା ର ଜିଲ୍ଲା ସଭାପତି ହେମରଞ୍ଜନ ବାରିକ ଏବଂ ବହୁ ବିଜେପି ନେତା ଓ କର୍ମୀ ପ୍ରମୁଖ ଭିଡିଓ କନଫେରେନ୍ସି ମାଧ୍ୟମରେ ଯୋଗଦେଇଥିଲେ.

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started