ନିଆରା ବ୍ୟକ୍ତିତ୍ୱ ଦେବବ୍ରତ:କବିତା ଓ ଗଳ୍ପ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ

ନିଆରା ବ୍ୟକ୍ତିତ୍ୱ ଦେବବ୍ରତ:କବିତା ଓ ଗଳ୍ପ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ
ଆନନ୍ଦପୁର,୧୩/୦୩(ନ୍ୟୁଜବ୍ୟୁର): ପିଲାବେଳୁ ନାଚ, ଗୀତ, ଅଭିନୟ ରେ ସେ ଥିଲେ ପାରଙ୍ଗମ , ଜହ୍ନ ମାମୁଁ ପତ୍ରିକା ଏବଂ ଖବର କାଗଜ ରେ କିଛି କବିତା କିମ୍ବା ଗଳ୍ପ ନଜର କୁ ଆସିଲେ ବସିଯାଉଥିଲେ ପଢିବା ପାଇଁ କବିତା ପଢିବା ଦିନରୁ କବିତା ପ୍ରତି ଆଦର ବଢ଼ିଥିଲା। ପରେ ବହୁ ସୁନାମଧନ୍ୟ କବି ଓ ଗାଲ୍ପିକଙ୍କ ଲେଖା ତାଙ୍କୁ କବିତା ପ୍ରତି ପ୍ରେରଣା ଦେଇଥିଲା। ୨୦୧୮ ମସିହାରେ ସେ ତାଙ୍କର ପ୍ରଥମ ଲେଖା ଫେସବୁକ୍ ରେ ପୋଷ୍ଟ କରିଥିଲି ଏବଂ ଫେସବୁକ୍ ରେ ଜଣେ ସାହିତ୍ୟ ପ୍ରେମି ଓ ତାଙ୍କର ପୂଜ୍ୟପୂଜା ଗୁରୁ ଧିରେନ୍ କୁମାର ବାଗ୍ ଯିଏ କି ତାଙ୍କ ଲେଖା ପଢି ତାଙ୍କୁ ଲେଖିବା ପାଇଁ ଉତ୍ସାହିତ କରିବା ସହିତ ଅଧିକରୁ ଅଧିକ ଲେଖିବା ପାଇଁ ପଢିବା ପାଇଁ ପ୍ରେରଣା ଦେଇଥିଲେ। ଏକ ପତ୍ରିକା ରେ ତାଙ୍କର ପ୍ରଥମ କବିତା ` ଏକା ଏକା ‘ ପ୍ରକାଶ ପାଇଥିଲା। ପରେ ଦୈନିକ ଖବର କାଗଜ ରେ ଏବଂ ଅନ୍ୟ ପତ୍ର ପତ୍ରିକା ରେ ତାଙ୍କ ଲେଖା ବେଶ ଲୋକଲୋଚନ ଆସିଥିଲା। ଭଦ୍ରକ ରୁ ପ୍ରକଶ ପାଉଥିଲା ମାସିକ ପତ୍ରିକା “ ଶୁଭପଲ୍ଲବ ” ତାଙ୍କୁ ସାହିତ୍ୟ ସାହିତ୍ୟ ଜଗତରେ ପରିଚିତ କରି ପାରିଥିଲା। କେବଳ ସେତିକି ନୂହେଁ ଗ୍ରାମ୍ୟ ସାହିତ୍ୟର ପ୍ରଚାର ପ୍ରସାର ପାଇଁ “ପ୍ରୀତି ପ୍ରଣତି – ସୃଜନର ଅନ୍ତଃସ୍ୱର” ନାମରେ ଏକ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ କରି ସେ ଅନେକ ନବୀନ ଲେଖକ ଲେଖିକା ମାନଙ୍କୁ ଉତ୍ସାହିତ କରିପାରିଛନ୍ତି। ପରେ ପରେ ତାଙ୍କ ସ୍ୱରଚିତ ଗଳ୍ପ ପୁସ୍ତକ “ପ୍ରୀତି ସୁବର୍ଣ୍ଣ ” ଓ କବିତା ପୁସ୍ତକ “ ପ୍ରୀତି ସ୍ପର୍ଶରେ କାର୍ତ୍ତିକ ” ଏବଂ “ବୈଶାଖିର ବାଲିଝଡ” ତାଙ୍କ ସଫଳତା ଦିଗରେ ପଥପ୍ରଦର୍ଶକ ଭାବେ ଉଭା ହୋଇଥିଲା।
ନିଜର ଶବ୍ଦ ଚାତୁରୀ, ଚମତ୍କାର ଚିତ୍ରକଳା ଓ ଜୀବନ ଦର୍ଶନର ଶାବ୍ଦୀକ ଉପସ୍ଥାପନ ପାଇଁ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇପରିଛି। ସେ ହେଉଛନ୍ତି ଆନନ୍ଦପୁର ଅଞ୍ଚଳ ର କବି ଓ ଗାଳ୍ପିକ ଶ୍ରୀ ଦେବବ୍ରତ ବାରିକ। ସେ ଭଦ୍ରକ ଜିଲ୍ଲା ର ଭଗାରାମ ଗ୍ରାମ ର କିନ୍ତୁ ନିଜର ବୃତ୍ତି ପାଇଁ ନିଜର ମାମୁଁ ଘର ଆନନ୍ଦପୁର ରେ ଜୀବନ ଅତିବାହିତ କରନ୍ତି। ଆନନ୍ଦପୁର ରେ ସେ କୋର୍ଟ ରେ ମୋହର ଭାବେ କାର୍ଯ୍ୟରତ ଅଛନ୍ତି। କବିତା ଓ ଗଳ୍ପ ବ୍ୟତିରେକ ସେ ସୁନ୍ଦର ସଙ୍ଗୀତ ଗାନ କରନ୍ତି। ଖୁବ ଅଳ୍ପ ବୟଷରେ ଶବ୍ଦ ମୋହରେ ପାଗଳ ଥିଲା ଦେବବ୍ରତ ତାଙ୍କର ଅନନ୍ୟା ସାହିତ୍ୟ ସୃଷ୍ଟି ପାଇଁ କଟକ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରୁ ସାଉଁଟିଛନ୍ତି ବୋଉ ସମ୍ମାନ ଆହୁରି ହାସଲ କରିଛନ୍ତି ଅନେକ କିଛି ସମ୍ମାନ ଓ ପ୍ରଶଂସା ପତ୍ର । ଏହିପରି ଚେତନା କାର୍ଯ୍ୟକ୍ରମ ଏବଂ ସମାଜ ସେବା କ୍ଷେତ୍ରରେ ନିଜକୁ ମଧ୍ୟ ସଦା ସର୍ବଦା ନିୟୋଜିତ କରିପାରିଛନ୍ତି।

ଧାର୍ମିକ ଭାବନରେ ଭକ୍ତିମୟ ପରିବେଶରେ ସଦାସର୍ବଦା ନିୟୋଜିତ:ପୂଜା ପର୍ବାଣୀ ଓ ଧାର୍ମିକ ଅନୁଷ୍ଠାନ ରେ ନିଜକୁ ଉତ୍ସର୍ଗ କରିଥିବା ନିଆରା ବ୍ୟକ୍ତିତ୍ୱ “ଜୟନାରାୟଣ”

ଧାର୍ମିକ ଭାବନରେ ଭକ୍ତିମୟ ପରିବେଶରେ ସଦାସର୍ବଦା ନିୟୋଜିତ:ପୂଜା ପର୍ବାଣୀ ଓ ଧାର୍ମିକ ଅନୁଷ୍ଠାନ ରେ ନିଜକୁ ଉତ୍ସର୍ଗ କରିଥିବା ନିଆରା ବ୍ୟକ୍ତିତ୍ୱ “ଜୟନାରାୟଣ” ଆନନ୍ଦପୁର,୧୩/୦୩(ନ୍ୟୁଜବ୍ୟୁର):ଧାର୍ମିକ କାର୍ଯ୍ୟ ହେଉ ଅବା କୋୖଣସି ପୂଜା ପର୍ବାଣୀ ଓ ଧାର୍ମିକ ଅନୁଷ୍ଠାନ ସେ ନିଜକୁ ସଦାସର୍ବଦା ନିୟୋଜିତ କରିଥିବା ଏବଂ ଭକ୍ତିମୟ ପରିବେଶରେ ସବୁବେଳେ ଆଗଭର ହେବା ସହ ଈଶ୍ୱରଙ୍କ ଭକ୍ତିରେ ବିଲ୍ଲୀନ ହୋଇ ଅନ୍ୟମାନଙ୍କୁ ଧାର୍ମିକ କାର୍ଯ୍ୟ ଓ ଈଶ୍ୱର ଙ୍କୁ ଭକ୍ତି କରିବା ପାଇଁ ପ୍ରେରଣା ଦିଅନ୍ତି । ସେ ହେଉଛନ୍ତି ଆନନ୍ଦପୁର ଅଞ୍ଚଳ ମାଳି ସାହିର ବୈଜେଷ୍ଠ ଧାର୍ମିକ ବ୍ୟକ୍ତି ଜୟନାରାୟଣ ମହାନ୍ତି(ନିଲୁ)ସମସ୍ତେ ତାଙ୍କୁ ନିଲୁ ମହାନ୍ତି ବୋଲି ଜାଣନ୍ତି ଛୋଟ ହେଉ ଅବା ବଡ଼ ତାଙ୍କର ନିଆରା ବ୍ୟକ୍ତିତ୍ୱ ଏବଂ ଧାର୍ମିକ ଭାବନା ଓ ଚେତନା ପାଇଁ ସମସ୍ତେ ତାଙ୍କୁ ଆଦର ଓ ଭକ୍ତିରେ ଭଲ ପାଆନ୍ତି।ଛୁଆଟି ବେଳୁ ତାଙ୍କର ଭକ୍ତି ଓ ଧାର୍ମିକ କାର୍ଯ୍ୟରେ ନିଜକୁ ଆଗଭର କରି ନିଜକୁ ନିୟୋଜିତ କରିଥିବାବେଳେ ସାହିର ବୈଜେଷ୍ଠ ବ୍ୟକ୍ତି ମାନେ ତାଙ୍କର ଏହି ଗୁଣକୁ ଦେଖି ତାଙ୍କୁ ଉତ୍ସାହିତ କରିବା ସହ ଆନନ୍ଦପୁର ମାଳିସାହି ସ୍ଥିତ ଗାଦୀଗୋସେଇଁ ପୀଠ ର ସର୍ବପୁରାତନ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ତାଙ୍କୁ ସଂକଳ୍ପ କରି ନଗର କୀର୍ତ୍ତନ ରେ ସାମିଲ କରିଥିଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ସର୍ବପୁରାତନ ଅଷ୍ଟ ପ୍ରହରୀ ନାମଯଜ୍ଞ ରେ ସଂକଳ୍ପ କରି ନଗର କୀର୍ତ୍ତନ ରେ ଆନନ୍ଦପୁର ପରିକ୍ରମା କରି ନିଜକୁ ସାମିଲ କରି ଆସୁଥିବାବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଯଥା ଆନନ୍ଦପୁର ବ୍ରିଜ ଛକ ସ୍ଥିତ ସର୍ବପୁରାତନ ରାଧା କୃଷ୍ଣ ପୂଜା କମିଟିରେ ମଧ୍ୟ ନିଜକୁ ସାମିଲ କରି ଦୀର୍ଘଦିନ ଧରି ସଂକଳ୍ପ କରି ଆସୁଛନ୍ତି ସେହିପରି ନିଜ ବାଡ଼ିରେ ଥିବା ମା’ମଙ୍ଗଳା ,ଉତ୍ତେରେଶ୍ଵର ମହାଦେବ,ମାଳିସାହି ଗାଦୀଗୋସେଇଁ ପୀଠ,ପାତାଳେଶ୍ୱରୀ ମା’ଙ୍କମନ୍ଦିର,ଆନନ୍ଦପୁର ର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନଜୀଉ ଙ୍କ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିପାରିଛନ୍ତି ଖାଲି ସେତିକି ନୁହଁ ସାହିରେ ମଧ୍ୟ ବିଭିନ୍ନ ଜାଗାରେ ସନ୍ଧ୍ୟା ସମୟରେ ଭାଗବତ,ରାମାୟଣ,ଚିତବୋଧ, ଗୀତା ଭଳି ବିଭିନ୍ନ ଧାର୍ମିକ ପୁସ୍ତକ ପାରାୟଣ କରି ସାହିର ବୈଜେଷ୍ଠ ବ୍ୟକ୍ତି ମାନଙ୍କୁ ଶୁଣାଇବା ସହିତ ନିଜ ଘରେ ମଧ୍ୟ ପାରାୟଣ କରି ପ୍ରତ୍ୟେକ ବର୍ଷ ଭାଗବତ ଜନ୍ମ ଦିନ ରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥାନ୍ତି ସେହିପରି ନିଜ ବାଡ଼ିରେ ଅବସ୍ଥିତ ମା’ମଙ୍ଗଳା ଙ୍କ ପୂଜାର୍ଚ୍ଚନା କରିବା ସହ ପଣା ସଂକ୍ରାନ୍ତି ରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ନିଜକୁ ଧାର୍ମିକ ଭାବନା ଓ ଚେତନା ସହ ଜଡିତ ରଖିଥିବା ବେଳେ ଅନ୍ୟମାନଙ୍କୁ ଧାର୍ମିକ ଭାବନା ଓ ଚେତନା ରେ ଜୀବନ ବିତାଇବାକୁ ଉପଦେଶ ଦେବା ସହ ସଚେତନ କରି ପ୍ରେରିତ କରିଥାନ୍ତି “ଜୟନାରାୟଣ” । ବୟସର ଅପରାହ୍ନରେ ସେ ଆଜି ପର୍ୟ୍ଯନ୍ତ ସୁଦୀର୍ଘ ସମୟ ଧାର୍ମିକ କାର୍ଯ୍ୟ ଓ ଭକ୍ତିରେ ନିଜ ଜୀବନକୁ ଅତିବାହିତ କରିଥିବାରୁ ବେଶ ସନ୍ତୋଷ ଲାଭ କରିପାରିଛନ୍ତି ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟ ଓ ଭକ୍ତି ରେ ନିଜକୁ ନିୟୋଜିତ କରି ରଖିବେ ବୋଲି ମତ ପ୍ରକାଶ କରିବା ସହିତ ଅନ୍ୟ ମାନଙ୍କୁ ଧାର୍ମିକ କାର୍ଯ୍ୟ କରିବାକୁ ପ୍ରେରିତ କରୁଛନ୍ତି ଏବଂ ଆନନ୍ଦପୁର ର କଳା ସଂସ୍କୃତି ଓ ଐତିହ କୁ ବଞ୍ଚାଇ ରଖିବାକୁ ଯୁବକଙ୍କ ଠାରୁ ଆରମ୍ଭ କରି ବୈଜେଷ୍ଠ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ ଆନନ୍ଦପୁର ଉନ୍ନତି ଦିଗରେ କାର୍ଯ୍ୟକରିବାକୁ ମତ ବ୍ୟକ୍ତ କରିଛନ୍ତି ।

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started