ଦେବ ରଞ୍ଜନ ବିଜେଡି ଜିଲ୍ଲା ଉପସଭାପତି
କେନ୍ଦୁଝର/ଆନନ୍ଦପୁର:-ଆଗକୁ ପଞ୍ଚାୟତ ଓ ପୋୖର ନିର୍ବାଚନ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ଉପସଭାପତି, ପରେ ମହିଳା ମୋର୍ଚ୍ଚା ଛାତ୍ର ତଥା ଯୁବ ବର୍ଗ ପରେ ଏବେ ଜିଲ୍ଲା ମାନଙ୍କରେ ଥିବା ସଭାପତି, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ପରି ପଦ ଗୁଡିକରେ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଥିବାବେଳେ ଏହି କ୍ରମରେ ରାଜ୍ୟ ସଭାପତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଦ ପଦବୀ ଗୁଡିକରେ ଗତ ୨୫ତାରିଖ ରେ ନିଯୁକ୍ତି ଦେଇଛନ୍ତି ଆନନ୍ଦପୁର ର ବିଜେଡି ନେତା ତଥା ସମାଜସେବୀ ଦେବ ରଞ୍ଜନ ସାହୁଙ୍କୁ ଦଳ ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଦିଗକୁ ବିଚାର କରି ଉପସଭାପତି ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ଛାତ୍ର ଜୀବନରୁ ଅଣ କଂଗ୍ରେସ ରାଜନୀତି କୁ ବିଶ୍ୱାସ କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଦେବ ରଞ୍ଜନ ସାହୁ ଆନନ୍ଦପୁର ମହାବିଦ୍ୟାଳୟ ରେ ଯୁକ୍ତ ୨ରେ ସାଂସ୍କୃତିକ ସମ୍ପାଦକ ,ଯୁକ୍ତ ୩ରେ ସମ୍ପାଦକ ପରି ଦାୟିତ୍ୱ ନିର୍ବାହ କରିବା ପରେ ତାଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପରି ଗୁରୁ ଦାୟିତ୍ୱ ମିଳିଥିଲା ସେହିପରି ଆନନ୍ଦପୁର ରେ ବିଭିନ୍ନ ଅନୁଷ୍ଠାନ ଓ ସାମାଜ ସେବାରେ ଜଡିତ ଥିବାବେଳେ ସମାଜ ସେବାରେ ନିଜକୁ ନିୟୋଜିତ କରି ବେଶ ଚର୍ଚ୍ଚା ଓ ପ୍ରଶଂସା ସାଉଁଟିଛନ୍ତି ନୂତନ ଦାୟିତ୍ୱ ମିଳିବା ପରେ ତାଙ୍କ ଶୁଭେଛୁ ମାନଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ଏନେଇ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ ପ୍ରଥମେ ଦଳର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କ ସମେତ ଜିଲ୍ଲାର ମନ୍ତ୍ରୀ ସାଂସଦ ତଥା ସମସ୍ତ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଦଳ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛି ତାକୁ ସୁଚାରୁ ରୂପରେ ତୁଲାଇବା ସହ ଆଗାମୀ ଦିନରେ ଦଳକୁ ମଜଭୁଜ ଓ ସୁଦୃଢ଼ କରି ଯୁବ ସଂଗଠନ କୁ ମଜଭୁତ କରିବେ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ।


