ଲୋକାଲ ଖବର

28.02.2020 7.00AM ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ଏଥିରେ ଟୁକୁଣା ଓ ଶାଳପଡ଼ା ଏକାଦଶକୁ ହରାଇ ବେଲବାହାଳି ଓ ବାରିଗାଁ ଏକାଦଶ ଫାଇନାଲ ମ୍ୟାଚକୁ ମନୋନିତ
ଆନନ୍ଦପୁର/ଘଷିପୁରା:- ଆନନ୍ଦପୁର ବ୍ଳକ ଅନ୍ତର୍ଗତ ବାଇଲୋ ପଂଚାୟତ ଖଡିବିଲ ଷ୍ଟାଡିୟମ ପଡିଆ ଠାରେ ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୦ର ଆଜି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଏଥିରେ ୪ଗୋଟି ଦଳକୁ ନେଇ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏହି କ୍ରିକେଟ ମ୍ୟାଚ ରେ ପ୍ରଥମ ମ୍ୟାଚରେ ଟୁକୁଣା ଓ ବାରିଗାଁ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ବାରିଗାଁ ଏକାଦଶ ବିଜୟୀ ହୋଇଥିଲା ଦ୍ୱିତୀୟମ୍ୟାଚରେ ବେଲବାହାଳି ସହିତ ଶାଳପଡ଼ା କ୍ରିକେଟ ଟିମ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଭାବେଳେ ପ୍ରଥମେ ଶାଳପଡ଼ା ଏକାଦଶ ୯.୩ ଓଭରରେ ୭୦ ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଥିଲା ଏହି ଜବାବରେ ବେଲବାହାଳି ଏକାଦଶ ୬ .୧ ଓଭରରେ ୨ ୱାକେଟ୍ ହରାଇ ୭୩ ରନ୍ କରି ବିଜୟୀ ହୋଇଥିଲା ଏହି କ୍ରିକେଟ ମ୍ୟାଚରେ ଅମ୍ପାୟାର ଭାବେ ସୂର୍ଯ୍ୟମଣି ଜେନା ଓ ବିଜୟ କୁମାର ଜେନା ଅମ୍ପୟରିଂ କରୁଥିବାବେଳେ ସ୍କୋରର ଭାବେ ସମୀର ଜେନା ଧାରାବିବାରଣୀ ପଢୁଥିଲେ ସୁରେଶ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସୋପ୍ନଶ୍ୱର ପଣ୍ଡା ଓ ସଂମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କିପରି ଭାବେ ପରସ୍ପର ମଧ୍ୟରେ ଏକ ଭାଇ ଚାରା ସୁଷ୍ଟି କରିପାରିବେ ଏଥିପ୍ରତି ସମସ୍ତ ଖେଳାଳୀ ମାନଙ୍କୁ ଉପଦେଶ ଦେଇଥିଲେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସୁରେଶ କୁମାର ଜେନା କମେଣ୍ଟ୍ରି କ୍କରୁଥିବାବେଳେ କମିଟିର ସଦସ୍ୟ ସୁଦର୍ଶନ ଜେନା ଲଛମନ ଜେନା ବଳରାମ ଜେନା ସୁକାନ୍ତ ଜେନା ମକୁନ୍ଦ ଜେନା ବିଚିତ୍ର ପେରେଇ ଦେବେନ୍ଦ୍ର ଜେନା ସିପୁନ ଦଳେଇ ଶିଶିର ଜେନା ହାଡ଼ିବନ୍ଧୁ ଦଳେଇ ମଙ୍ଗୁଳି ଜେନା ବିଜୁ ଜେନା ସନ୍ତୋଷ ପେରେଇ ପ୍ରମୁଖ ସମସ୍ତ ବେକ୍ତି ସହଯୋଗ କରିଥିଲେ. ଆନନ୍ଦପୁର ରୁ LION GANESH ଙ୍କ ରିପୋଟ EXpress news24x7Live

ଲୋକାଲ ଖବର

ଦେଓଗାଁ କୁଶଳେଶ୍ୱର ଶୈବପୀଠ ରେ ଜାଗରମେଳା ଅନୁଷ୍ଠିତ.
ଘଷିପୁରା/ଆନନ୍ଦପୁର:-ଘଷିପୁରା ବ୍ଲକ ଦେଓଗାଁ ସ୍ଥିତ କୁଶଳେସ୍ବର ଶିବ ମନ୍ଦିର ରେ ପ୍ରସିଦ୍ଧ ଜାଗର ମେଳା ଆରମ୍ଭ ହୋଇଯାଇଛି,ଶିବରାତ୍ରି ଓ ଜାଗର ମେଳା ପାଇଁ ସମଗ୍ର ଦେଓଗାଁ ଚଳଚଞ୍ଚଳ ହୋଇଉଠିଛି,ଏହି ମେଳାରେ ୨୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ପଡିଥିବବେଳେ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି,ପବିତ୍ର ଜାଗର ରାତ୍ରିରେ ଦୀପ ଜାଳି ଭୋଳାନାଥ ଙ୍କ କୃପାଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାରୁ ଭକ୍ତଙ୍କ ସମାଗମ ହୋଇଛି,ଶିବରାତ୍ରି ପାଇଁ ମନ୍ଦିରରେ ବ୍ୟାରିକେଡ ନିର୍ମାଣ,ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗବେରଙ୍ଗର ଅଲୋକମଳା ତୋରଣ ଭକ୍ତଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି,ପବିତ୍ର କୁଶେଇ ନଦୀ କୁଳରେ ଅବସ୍ଥିତ ମହାପ୍ରଭୁ ଭୋଳାନାଥ କୁଶଳେସ୍ୱର ଙ୍କ ଦିବ୍ୟ ମନ୍ଦିର,ପ୍ରାଚୀନ ଯୁଗରୁ କୁଶଳେସ୍ୱର ଶୈବପୀଠ ର ବହୁ ମାହାତ୍ମ୍ୟ ରହିଛି,ଏହି ମନ୍ଦିରର ଗଠନ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଓ ବେଶ ଆକର୍ଷଣୀୟ,ମୁଖ୍ୟ ମନ୍ଦିର ର ଉଚତା ୪୦ଫୁଟ ଓ ଏହା ପୂର୍ବାମୁଖୀ, ମନ୍ଦିରରେ ଜଗମୋହନ ଓ ତାଙ୍କ ଦକ୍ଷିଣ ପାର୍ଶ୍ଵରେ ଅଵଲୋକିତେସ୍ୱର ଙ୍କ ମୂର୍ତ୍ତି ଅବସ୍ଥିତ, ଏହାଛଡା ମା ପାର୍ବତୀ,କାର୍ତ୍ତିକେୟ,ଗଣେଶ,ଏକପାଦୀ ଭୈରଭ,କପିଳେଶ୍ୱର,ଜଗନ୍ନାଥ ମନ୍ଦିର,ମୁକ୍ତିମଣ୍ଡପ,ଦୋଳ ମଣ୍ଡପ ଆଦି ପ୍ରାଚୀନ ମନ୍ଦିର,ପରମ୍ପରା ଓ ମାହାତ୍ମ୍ୟ ରହିଛି,ପ୍ରାୟ ୧୫୦ବର୍ଷ ହେବ ଶିବରାତ୍ରି ଦିନ ଠାରୁ ଏଠାରେ ମେଳା ଅନୁଷ୍ଠିତ ହୋଇଆସୁଛି,ଏଥର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୈଠକ ଡକାଯାଇନଥିବାବେଳେ ପ୍ରତିବର୍ଷ ଭଳି ପ୍ରସ୍ତୁତି କରାଯାଇଛି,ଏହି ମେଳାରେ ଆକର୍ଷଣୀୟ ମିନାବଜାର,ଦୋଳି,ଅପେରା ସାଙ୍ଗକୁ ଖାଦ୍ୟ ଷ୍ଟଲ ବସାଯାଇଛି,ଶୁକ୍ରବାର ଶିବରାତ୍ରି ଠାରୁ ଜାଗର ମେଳା ଆରମ୍ଭ ହୋଇଥିବାବେଳେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି,ଶାନ୍ତି ଶୃଙ୍ଖଳା ପାଇଁ ଏଠାରେ ଘଷିପୁରା ପୋଲିସ ପକ୍ଷରୁ ଅସ୍ଥାୟୀ ଫାଣ୍ଡି ପ୍ରତିଷ୍ଠା କରାଯାଇଛି,କୁଶଳେସ୍ୱର ସାଂସ୍କୃତିକ ପରିଷଦ ତରଫରୁ ଅଖଣ୍ଡ ଭଜନ ସମାରୋହ ଓ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଶିବରାତ୍ରି ଡି ଭୋରୁ ମନ୍ଦିର ଫାଟକ ଖୋଲାଯାଇ ସୂର୍ଯ୍ୟପୂଜା,ମଙ୍ଗଳ ଆରତୀ ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଠାକୁରଙ୍କ କୃପାଲଭ କରିଛନ୍ତି,ସନ୍ଧ୍ୟାରେ ଦୀପ ଜାଳି ଉଜାଗର ରହିବା ସହିତ ରାତି ୧୦.୪୦ମିନିଟରେ ମହାଦୀପ ଉଠିଥିଲା.ଏହି ଜାଗର ମେଳା କୁ ଶାନ୍ତିଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ତରଫରୁ ସମସ୍ତ ସହଯୋଗ କରାଯାଇଛି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି.

ଲୋକାଲ ଖବର

ଜାଗର ମେଳାରେ ସ୍କାଉଟ୍ ଗାଇଡି ସେବା ଶିବିର,,
ଘଷିପୁରା/ଆନନ୍ଦପୁର(ଆପ୍ର):- ଆନନ୍ଦପୁର ବ୍ଲକ ଆନ୍ତର୍ଗତ ବେଲବାହାଳି ଜାଗର ମେଳାରେ ମା ମଙ୍ଗଳା ବାଳିକା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ମୁରଲୀଧର ସାହୁ ଏବଂ ସ୍କାଉଟ୍ ଗାଇଡି କ୍ୟାପ୍ ଟେନ ଶ୍ରୀମତୀ ରମାମଣି ସାହୁଙ୍କ ତତ୍lବଧାନରେ ବିଦ୍ୟାଳୟର ସ୍କାଉଟ୍ ଛତ୍ରୀ ମାନଙ୍କ ଦ୍ଵାରା ସେବାଶିବିର ଖୋଲାଯାଇଛି , ଏହି ମେଳାକୁ ଆସୁଥିବା ସମସ୍ତ ଲୋକମାନଙ୍କୁ ସ୍କାଉଟ୍ ଗାଇଡି ମାନେ ସେମାନଙ୍କୁ ମାଗଣାରେ ପିଇବା ପାଇଁ ଟଙ୍କାରୋରାଣୀ ପ୍ରଦାନ କରିବା ସହ ମାଗଣା ଜୋତା ଷ୍ଟାଣ୍ଡ,ପ୍ଲାଷ୍ଟିକ ମୁକ୍ତ ଓ ସମସ୍ତ ଅଳିଆ ଆବର୍ଜନା ସଫା କରି ଏକ ସ୍ୱଚ୍ଛ ଭାରତ କାଯ୍ୟକମ ଓ ପ୍ରାଥମିକ ଚିକିତ୍ସା ସେବା କରି ଲୋକମାନଙ୍କୁ ସଚେତନ କରାଇଥିଲେ ,ଏଥିରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ରତ୍ନାକର ସାହୁ ଏହି କାଯ୍ୟକ୍ରମକୁ ଉଦଘାଟନ କରିବାସହ କିପାରିଭାବେ ଜାଗର ମେଳାରେ ଗାଇଡି ମାନେ ଶାନ୍ତି ଶୃଙ୍ଖଳା ରେ ଟଙ୍କାତୋରାଣୀ ବଣ୍ଟନ କରିପାରିବେ ଏଥିପ୍ରତି ସଚେତନ ରହିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ ,ଏଥିରେ ଦୁଇ ଦିନ ଧରି ଏଭଳି କାଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟ ସ୍କାଉଟ୍ ଛତ୍ରୀମାନେ ଏଥିପାଇଁ ବିଦ୍ୟାଳୟ କମିଟିର ସଦସ୍ୟ ବୈକୁଣ୍ତ ନାଥ ସାହୁ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ସ୍କାଉଟ୍ ଗାଇଡି ଓ ମାଷ୍ଟର ଏବଂ ଛାତ୍ରୀମାନଙ୍କର ଏଭଳି ସେବାକାଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲୋକାଲ ଖବର

ଜାଗର ମେଳାରେ ସ୍କାଉଟ୍ ଗାଇଡି ସେବା ଶିବିର,,
ଘଷିପୁରା/ଆନନ୍ଦପୁର(ଆପ୍ର):- ଆନନ୍ଦପୁର ବ୍ଲକ ଆନ୍ତର୍ଗତ ବେଲବାହାଳି ଜାଗର ମେଳାରେ ମା ମଙ୍ଗଳା ବାଳିକା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ମୁରଲୀଧର ସାହୁ ଏବଂ ସ୍କାଉଟ୍ ଗାଇଡି କ୍ୟାପ୍ ଟେନ ଶ୍ରୀମତୀ ରମାମଣି ସାହୁଙ୍କ ତତ୍lବଧାନରେ ବିଦ୍ୟାଳୟର ସ୍କାଉଟ୍ ଛତ୍ରୀ ମାନଙ୍କ ଦ୍ଵାରା ସେବାଶିବିର ଖୋଲାଯାଇଛି , ଏହି ମେଳାକୁ ଆସୁଥିବା ସମସ୍ତ ଲୋକମାନଙ୍କୁ ସ୍କାଉଟ୍ ଗାଇଡି ମାନେ ସେମାନଙ୍କୁ ମାଗଣାରେ ପିଇବା ପାଇଁ ଟଙ୍କାରୋରାଣୀ ପ୍ରଦାନ କରିବା ସହ ମାଗଣା ଜୋତା ଷ୍ଟାଣ୍ଡ,ପ୍ଲାଷ୍ଟିକ ମୁକ୍ତ ଓ ସମସ୍ତ ଅଳିଆ ଆବର୍ଜନା ସଫା କରି ଏକ ସ୍ୱଚ୍ଛ ଭାରତ କାଯ୍ୟକମ ଓ ପ୍ରାଥମିକ ଚିକିତ୍ସା ସେବା କରି ଲୋକମାନଙ୍କୁ ସଚେତନ କରାଇଥିଲେ ,ଏଥିରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ରତ୍ନାକର ସାହୁ ଏହି କାଯ୍ୟକ୍ରମକୁ ଉଦଘାଟନ କରିବାସହ କିପାରିଭାବେ ଜାଗର ମେଳାରେ ଗାଇଡି ମାନେ ଶାନ୍ତି ଶୃଙ୍ଖଳା ରେ ଟଙ୍କାତୋରାଣୀ ବଣ୍ଟନ କରିପାରିବେ ଏଥିପ୍ରତି ସଚେତନ ରହିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ ,ଏଥିରେ ଦୁଇ ଦିନ ଧରି ଏଭଳି କାଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟ ସ୍କାଉଟ୍ ଛତ୍ରୀମାନେ ଏଥିପାଇଁ ବିଦ୍ୟାଳୟ କମିଟିର ସଦସ୍ୟ ବୈକୁଣ୍ତ ନାଥ ସାହୁ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ସ୍କାଉଟ୍ ଗାଇଡି ଓ ମାଷ୍ଟର ଏବଂ ଛାତ୍ରୀମାନଙ୍କର ଏଭଳି ସେବାକାଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲୋକାଲ ଖବର

ଘଷିପୁରା ସ୍ଥିତ ଖଡିବିଲ ଷ୍ଟାଡିୟମ ପଡିଆ ଠାରେ ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୨୦୨୦ ଅନୁଷ୍ଠିତ.
ଘଷିପୁରା/ଆନନ୍ଦପୁର:-ଘଷିପୁରା ସ୍ଥିତ ଖଡିବିଲ ଷ୍ଟାଡିୟମ ପଡିଆ ଠାରେ ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୦ଅନୁଷ୍ଠିତ ହୋଇଯାଇଛି, ୮ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ମ୍ୟାଚ ରେ ପ୍ରଥମ ମ୍ୟାଚରେ ମଦନପୁର ସହିତ ବାରିଗାଁ ନାଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ବାରିଗାଁ ବିଜୟୀ ହୋଇଥିଲା, ଦ୍ୱିତୀୟମ୍ୟାଚରେ ଶାଳପଡା ସହିତ କେସଦୁରାପାଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଭାବେଳେ ଶାଳପଡା ବିଜୟୀ ହୋଇଥିଲା,ତୃତୀୟ ମ୍ୟାଚରେ ବେଲବାହାଳି ସହିତ ପଞ୍ଚୁପଲ୍ଲୀ ମଧ୍ୟରେ ହୋଇଥିବାବେଳେ ବେଲବାହାଳି ବିଜୟୀ ହୋଇଥିଲା,ଚଥୁର୍ଥ ମ୍ୟାଚ ରେ ନୂଆପଡା ସହିତ ଭାଟସୀରା ମଧ୍ୟରେ ହୋଇଥିବାବେଳେ ନୂଆପଡା ବିଜୟୀ ହୋଇଥିଲା,ପଞ୍ଚମ ମ୍ୟାଚରେ ଟୁକୁଣା ସହିତ କେଶଦୁରାପାଳ ମଧ୍ୟରେ ହୋଇଥିବାବେଳେ ଟୁକୁଣା ବିଜୟୀ ହୋଇଥିଲା,ଏହି କ୍ରିକେଟ ମ୍ୟାଚରେ ଅମ୍ପାୟାର ଭାବେ ସୂର୍ଯ୍ୟମଣି ଜେନା ଓ ବିଜୟ କୁମାର ଜେନା ଅମ୍ପୟରିଂ କରୁଥିବାବେଳେ ସ୍କୋରର ଭାବେ ସମୀର ଜେନା,ଧାରାବିବାରଣୀ ପଢୁଥିଲେ ସୁରେଶ କୁମାର ଜେନା,ଏଥିରେ ମୁଖ୍ୟ ଅତିଥି ଭାବେ କରୁଣାକର ଜେନା k.k ମିଉଜିକ ର ପ୍ରଯୋଜକ,ବିଜୟ କୁମାର ମିଶ୍ର ଆନନ୍ଦପୁର ଧନେଇ ଯୁବପରିଷଦ ର ସଭାପତି,ବିଚିତ୍ର କୁମାର ଜେନା ପ୍ରଧାନ ଶିକ୍ଷକ ଖଡିବିଲ ପ୍ରାଥମିକ ବିଦ୍ୟାଳୟ,ନୀଳମଣି ବାରିକ ସହକାରୀ ଶିକ୍ଷକ,ଜୟରାମ ଜେନା ସମାଜସେବୀ ବୟୋଜ୍ୟେଷ୍ଠ ବ୍ୟକ୍ତି,ନୀଳମଣି ଜେନା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଓକିଲ ଜେନା,ସୁଦର୍ଶନ ଜେନା,ଲଛମନ ଜେନା,ବଳରାମ ଜେନା,ସୁକାନ୍ତ ଜେନା,ମକୁନ୍ଦ ଜେନା,ବିଚିତ୍ର ପେରେଇ,ଦେବେନ୍ଦ୍ର ଜେନା,ସିପୁନ ଦଳେଇ,ଶିଶିର ଜେନା,ହାଡ଼ିବନ୍ଧୁ ଦଳେଇ,ମଙ୍ଗୁଳି ଜେନା,ବିଜୁ ଜେନା,ସନ୍ତୋଷ ପେରେଇ ପ୍ରମୁଖ ସହଯୋଗ କରିଥିଲେ.

ଲୋକାଲ ଖବର ଆନନ୍ଦପୁର

ବୈତରଣୀ ବକୃତାମାଳା ଅନୁଷ୍ଠିତ
ଆନନ୍ଦପୁର:ଆନନ୍ଦପୁର କଲେଜରେ ସପ୍ତମ ବୈତରଣୀ ବକୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଆନନ୍ଦପୁର କଲେଜ ର ଅଧକ୍ଷ ପ୍ରଫେସର ରାଜେନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ବିଶିଷ୍ଟ ଅତିଥି ପ୍ରଫେସର ଡ଼. ଗୋପାଳ କୃଷ୍ଣ ଦାସ ଏବଂ ପ୍ରଫେସର ଡ଼. କୈଳାସ ଚନ୍ଦ୍ର ଟିକାୟତ ରାୟ ଯୋଗ ଦେଇଥିଲେ,ଡ଼. କମଳିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ମେଜର ଦିଲ୍ଲୀପ କୁମାର ଦାସ ଓ ପ୍ରଫେସର ଅମୂଲ୍ୟ ଚରଣ ସାହୁ ଅତିଥି ପରିଚୟ ଦେଇଥିଲେ,ପ୍ରଫେସର ରଘୁଦୀପ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ,ପ୍ରଫେସର ନରୋତ୍ତମ ଦାସ ,ଡ଼. ବିଜୟ କୁମାର କର,ରମାକାନ୍ତ ନାୟକ,ପ୍ରମୋଦ ରାଜ୍,ଡ଼. ହରିଶ୍ଚନ୍ଦ୍ର ବାରିକ,ଡ଼. ରାମ ଚନ୍ଦ୍ର ନାୟକ,ପ୍ରଦୀପ କୁମାର ଧଳ,କୃଷ୍ଣ ଚନ୍ଦ୍ର ମହାନ୍ତ,ଅକ୍ଷୟ କୁମାର ଗୁଇଁ,ଦିବ୍ୟଲୋଚନ ଭୁଇଁଆ,ଡ଼. ଜଗବନ୍ଧୁ ସାହୁ,ଡ଼. ସୁବ୍ରତ ମହାନ୍ତି,ଡ଼. ଶେଖର ପ୍ରସାଦ ଦେବତା,ଉପେନ୍ଦ୍ର ମିଶ୍ର,ଚନ୍ଦ୍ରଭାନୁ ମହାନ୍ତ,ନାରାୟଣ ଦାସ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ,ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

ଲୋକାଲ ଖବର

ଓଡ଼ିଶା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଶିବଚରଣ ସ୍ମୃତି ସମ୍ମାନ ଅର୍ପଣ February 18, 2020 00.00AM
ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟ ସଭାଗୃହରେ ୧୬ତାରିଖ ରବିବାର ଦିନ ଓଡ଼ିଶା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶିବଚରଣ ସେଠୀ ସ୍ମୃତି ୨୦୨୦ ସମ୍ମାନ ଅର୍ପଣ କରାଯାଇଥିଲା । ସ୍ମୃତି କମିଟିର ସମ୍ପାଦକ ଅନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ଓକିଲ ସଂଘର ସଭାପତି ସଂଜୟ କୁମାର ମିଶ୍ର, ସର୍ବଭାରତୀୟ ସଭାପତି ପୀତବାସ ମିଶ୍ର, ବ୍ୟଙ୍ଗକବି ମାଧବ ଚନ୍ଦ୍ର ସ୍ୱାଇଁ ଓ ଇଂଜିନିୟର ତଥା ଶିବଚରଣ ସ୍ମୃତି କମିଟିର ଆବାହକ ଅରୁଣ କୁମାର ସେଠୀ ଯୋଗଦେଇଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ସମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନ ସାମ୍ବାଦିକମାନଙ୍କୁ ଯେପରି ଆକ୍ରମଣ କରାଯାଉଛି ତା’ବିରୁଦ୍ଧରେ ସ୍ୱରତ୍ତୋଳନ କରିବା ଜରୁରୀ ହୋଇପଡ଼ିଥିବା ବେଳେ ନିର୍ଭିକ ସାମ୍ବାଦିକତା କାର୍ଯ୍ୟ କରିବା ସହ କାହାର ପେଟ୍ ସାମ୍ବାଦିକ ନହେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସମ୍ପାଦକ ତପନ ମହାରଣା ଶର୍ମା ସଂଘର ଆଭମୁଖ୍ୟ ରଖିଥିବା ବେଳେ ଜିଲ୍ଲା ଶାଖାର ମୁଖ୍ୟ ସଂଜୟ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ଯୁବ ସାମ୍ବାଦିକ କିରଣ କୁମାର ପାଢ଼ୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଶିବଚରଣ ସେଠୀ ସ୍ମୃତି୨୦୨୦ ସମ୍ମାନରେ ସମ୍ମାନିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ସାମ୍ବାଦିକ ମାନେ ଯୋଗଦେଇଥିବା ବେଳେ ରମାକାନ୍ତ ଓଝା, ନରହରି ନାଥ, ଅଜୟ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆନନ୍ଦପୁର ରୁ Lion Ganesh ଙ୍କ ରିପୋଟ ଏକ୍ସପ୍ରେସନିଉଜ24×7ଲାଇଭ ଟିମ

ଲୋକାଲ ଖବର

ଆନନ୍ଦପୁର ମୁନିସପାଲଟି ର ୨ନମ୍ବର ୱାର୍ଡ ରେ ଗଜଉଦ୍ଧାରଣ ପୂଜା ଅନୁଷ୍ଠିତ.
ଆନନ୍ଦପୁର:ଆନନ୍ଦପୁର ମୁନିସିପାଲଟି ର ୨ନମ୍ବର ୱାର୍ଡ ରେ ଗଜଉଦ୍ଧାରଣ ପୂଜା କମିଟି ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି,ପୂଜା କମିଟିର ସଭାପତି ଅକ୍ଷୟ କୁମାର ସାମଲ ଓ ସମ୍ପାଦକ ବିଶ୍ୱଜିତ ପଣ୍ଡାଙ୍କ ସଂଯୋଜନାରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା,୫ଦିନ ଧରି ଚାଲିଥିବା ଏହିପୂଜାରେ ସମସ୍ତ ରୀତିନୀତିରେ ପୂଜାର୍ଚନା କରାଯାଇ ଥିଲା,ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ,ଏହି ପୂଜାର ପ୍ରତ୍ୟେକ ସନ୍ଧ୍ୟାରେ ପାଲା ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏଥିରେ ବହୁ ସଂଖ୍ୟାରେ ଭକ୍ତ ସମାଗମ ହୋଇଥିଲା.

ଲୋକାଲ ଖବର

ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର

ଘଷିପୁରା- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଦୁବୁଲାବେଡା ଛକ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମକାସୁକିଲା ଗ୍ରାମର ଅନିଲ କୁମାର ନାଏକ ତାଙ୍କ ମାମୁଙ୍କ ପୁଅ ବିଜୟ କୁମାର ନାଏକଙ୍କ ସହ ବାହାଘର କାର୍ଡ ବାଣ୍ଟି ଏକ ବାଇକରେ ଘରକୁ ଫେରିବା ବେଳେ ଦୁବୁଲାବେଡା ଛକ ନିକଟରେ ଛିଡା ହୋଇଥିବା ଏକ ୪୦୭ ଗାଡି ପଛପଟେ ବାଇକଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ଦୁଇଜଣ ଗୁରୁତର ଆହାତ ହୋଇଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନୀଶମ ବାହିନୀ ପହଚିଁ ଉଭୟଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ ।

ଲୋକାଲ ଖବର

ରାଜ୍ୟସ୍ତରୀୟ କୁଶ ରଂଜନ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ୟୁନାଇଟେଡ଼ କ୍ଲବ ଭଦ୍ରକ କୁ ୩.୦ଗୋଲରେ ପରାସ୍ତ କରି ମଙ୍ଗଳା କ୍ଲବ କଟକ ବିଜୟୀ.
ଆନନ୍ଦପୁର:ଆନନ୍ଦପୁର ଷ୍ଟାଡିୟମ ପଡିଆ ଠାରେ ରାଜ୍ୟ ସ୍ତରୀୟ କୁଶ ରଂଜନ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାବେଳେ ଆଜି ଏହାର ଉଦଯାପନି ଦିବସରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା,ଏହି ଟୁର୍ଣ୍ଣାମେଣ୍ଟ ଗତ୫ଫେବୃଆରୀ ରୁ ଆରମ୍ଭ ହୋଇ ଆଜି ଏହାର ଉଦଯାପିତ ହୋଇଯାଇଛି, ରାଜ୍ୟର ୮ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ କଟକ ର ମଙ୍ଗଳା କ୍ଲବ,ବାରିପଦା ସ୍ପୋର୍ସ ହଷ୍ଟେଲ,ସଂଘର୍ଷ କ୍ଲବ ଭୁବନେଶ୍ୱର,କ୍ଲବ ୭୩ଭୁବନେଶ୍ୱର,ୟୁନାଇଟେଡ଼ କ୍ଲବ ଭଦ୍ରକ, ସ୍ପୋର୍ସ ହଷ୍ଟେଲ କଟକ,କେନ୍ଦୁଝର ୧୧,ରାଜଘାଟ ବାଲେଶ୍ୱର ପ୍ରମୁଖ ୮ଗୋଟି ଦଳକୁ ନେଇ ରାଜ୍ୟସ୍ତରୀୟ କୁଶ ରଂଜନ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବାବେଳେ ସେକ୍ରେଟେରୀ ନବରଂଜନ ପଟ୍ଟନାୟକ ଙ୍କ ସଂଯୋଜନାରେ ଆଜି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା , ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ,ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଶିଷ୍ଠ ଶିଳ୍ପପତି ତାରା ରଂଜନ ପଟ୍ଟନାୟକ ଯୋଗଦେଇଥିଲେ.ପରେପରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ କଟକ ର ମଙ୍ଗଳା କ୍ଲବ ସହିତ ୟୁନାଇଟେଡ଼ କ୍ଲବ ଭଦ୍ରକ ଭିତରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା,ଏଥିରେ କଟକ ର ମଙ୍ଗଳା କ୍ଲବ ୟୁନାଇଟେଡ଼ କ୍ଲବ ଭଦ୍ରକ କୁ ୩.୦ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା,ଏଥିରେ କଟକ ମଙ୍ଗଳା କ୍ଲବ ର ବେଷ୍ଟ ପ୍ଲେୟର କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିବାବେଳେ ବିଜେତା ଦଳ ମଙ୍ଗଳା କ୍ଲବ କଟକ କୁ ୩୦ହଜାର ଓ ଟ୍ରଫି ଦେଇଥିଲେ,ଏବଂ ରନର୍ସ ଦଳ ୟୁନାଇଟେଡ଼ କ୍ଲବ ଭଦ୍ରକ କୁ ୨୦ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଏହି ଟୁର୍ଣ୍ଣାମେଣ୍ଟ କୁ ଚଳିତ ବର୍ଷ ସର୍ବଭାରତୀୟ କୁସ ରଂଜନ ପଟ୍ଟନାୟକ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପାଇଁ ଶିଲ୍ପପତି ତାରାରଞ୍ଜନ ପଟନାୟକ ପ୍ରସ୍ତାବ ଦେଇଥିବାବେଳେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନନ୍ଦପୁର ଷ୍ଟାଡିୟମ ଠାରେ ଏକ କୁଶରଞ୍ଜନ ପଟ୍ଟନାୟକ ସ୍ମୃତି ଉଦ୍ଧେଶ୍ୟ ରେ ଏକ ଗ୍ୟାଲେରୀ କରିବା ପାଇଁ ଉଦବୋଧନ ଦେଇଥିବା ବେଳେ ଆନନ୍ଦପୁର ଆଥଲେଟିକ ଅସୋସିଏସନ ର ଉପସଭାପତି ନିରାକାର ଦଳେଇ, କୋଷାଧ୍ୟକ୍ଷ ଅଶୋକ କୁମାର୍ ରାଉଳ,ବରିଷ୍ଠ କ୍ରୀଡା ସଂସଦର ସଦସ୍ୟ ଗଗନ ସିଂ,ଅଜୟ କୁମାର ସେଠୀ, ଅକ୍ଷି ମହାନ୍ତି, ହାଡି ବନ୍ଧୁ ଖୁଣ୍ଟିଆ,ମନରଞ୍ଜନ୍ ସିଂ,ଦୁଲାଲ୍ ଦାସ ଉପସ୍ଥିତ ରହିଥିବାବେଳେ ସେକ୍ରେଟାରୀ ନବରଞ୍ଜନ୍ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସମସ୍ତ ପୂର୍ବତନ ଫୁଟବଲ ଖେଳାଳୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ,ଏହି ଫୁଟବଲ ମ୍ୟାଚକୁ ଶାନ୍ତିଶୃଙ୍ଖାର ସହ ଫୁଟବଲ୍ ପ୍ରେମୀ ଆନନ୍ଦପୁର ଷ୍ଟାଡିୟମ୍ ପଡ଼ିଆରେ ପହଞ୍ଚି ଶାନ୍ତି ଶୃଙ୍ଖଳା ସହିତ ଏହି ରାଜ୍ୟସ୍ତରୀୟ କୁସ ରଞ୍ଜନ ପଟ୍ଟନାୟକ ମେମୋରିଆଲ ଟୁର୍ଣ୍ଣାମେଣ୍ଟେ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ.ଆଜି ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଉର୍ମିଳା ଫୁଟବଲ ଏକାଡେମୀ ଭୁବନେଶ୍ୱର ୟୁନିଟ୯ ଓ କଟକ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡା ସଂସଦ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ.ଏଥିରେ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଯୋଗ ଦେଇ ଫୁଟବଲ ମ୍ୟାଚ କୁ ଦେଖିବା ସହ ଭରପୁର ଆନନ୍ଦ ଉଠାଇଥିଲେ,,.

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started