ଜନ୍ମ ଦିନର ଶୁଭେଚ୍ଛା

କେବଳ ଜଣେ ଭଲ ସରକାରୀ ଅଧିକାରୀ ନୁହଁ ଜଣେ ପରୋପକାରୀ ମଣିଷ, ସୁଲେଖକ ଭାବରେ ସମସ୍ତଙ୍କ ନିକଟରେ ପରିଚିତ Dr ଶମ୍ଭୁନାଥ ରାଉତ ତଥା ଶମ୍ଭୁ ଭାଇଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ,ସମାଜସେବାରେ ନିଜ ଜୀବନକୁ ଉଛର୍ଗ କରି ଲୋକଙ୍କ ପାଇଁ ସବୁ ସମୟରେ ସାହାଯ୍ୟ ସହଯୋଗ କରି ବେଶ ପ୍ରଶଂସା ସାଉଁଟୁଛନ୍ତି .

ଆନନ୍ଦପୁର ସଫେଇକର୍ମାଚାରୀ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ

ଆନନ୍ଦପୁର ସଫେଇକର୍ମାଚାରୀ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ.
ଆନନ୍ଦପୁର/ଘଷିପୁରା:- କରୋନା ରୋଗରୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି ସମସ୍ତେ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ସଫେଇ କର୍ମଚାରୀ ମାନେ କରୋନା ବିରୁଦ୍ଧରେ ନିର୍ଭୀକ ଓ ନିରନ୍ତର ଆନନ୍ଦପୁର ରେ ବର୍ଜ୍ୟବସ୍ତୁ ଓ ପରିମଳ ବ୍ୟବସ୍ଥା କୁ ସୁଦୃଢ଼ କରିବା ସହ ସଫେଇ କାର୍ଯ୍ୟରେ ସହଯୋଗ କରୁଥିବାବେଳେ ଆଜି ଆନନ୍ଦପୁର ଠାରେ ଦିନ ୧୦ଘଟିକା ସମୟରେ ସମାଜସେବୀ ଇଞ୍ଜିନିୟର ଦୀପକ ଜେନା ଙ୍କ ପକ୍ଷରୁ କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସମାଜସେବୀ ଇଞ୍ଜିନିୟର ଦୀପକ ଜେନା ସଫେଇ କର୍ମଚାରୀ ମାନଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଆନନ୍ଦପୁର ସଫେଇ କର୍ମଚାରୀ ସଙ୍ଘ ର ସଭାପତି ଦେବ ରଞ୍ଜନ ସାହୁ ସେକ୍ରେଟେରୀ ଦିଲ୍ଲୀପ ମୁଖି ରଞ୍ଜନ ଜେନା ନିର୍ମଳ ଚନ୍ଦ୍ର ରାଉଳ ରାଷ୍ଟ୍ରୀୟ ଗୌରବ ରବିନାରାୟଣ ହୋତା ଓ ସଙ୍ଘର କର୍ମକର୍ତ୍ତା ଓ ସୁଭଚିନ୍ତକ ମାନେ ସହଯୋଗ କରିଥିଲେ .ଏଥିରେ ସଫେଇ କର୍ମଚାରୀ ମାନଙ୍କୁ ମାସ୍କ ସାନିଟାଇଜର ବଣ୍ଟନ କରାଯାଇଥିଲା ଏଭଳି ପରିସ୍ଥିତିରେ ସମାଜସେବୀ ଇଞ୍ଜିନିୟର ଦୀପକ ଜେନା ଙ୍କ ଏହି ମହାନ କାର୍ଯ୍ୟକୁ ସଫେଇ କର୍ମଚାରୀ ଦୀପକ ନାଥ ଦୀପକ ମୁଖି ସଞ୍ଜୟ ସିଂ ଓ ଆନନ୍ଦପୁର ସଫେଇ କର୍ମଚାରୀ ସଙ୍ଘ ତରଫରୁ ହାର୍ଦିକ କୃତଜ୍ଞତା ଜଣାଇଛନ୍ତି.

“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି ଙ୍କ ରିପୋଟ”

Expressnews24x7live

ଆନନ୍ଦପୁର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗରିବ ଲୋକଙ୍କୁ ମାସ୍କ ସାବୁନ ସହ ଖାଦ୍ୟ ସାମଗ୍ରୀ ବଣ୍ଟନ

ଆନନ୍ଦପୁର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗରିବ ଲୋକଙ୍କୁ ମାସ୍କ ସାବୁନ ସହ ଖାଦ୍ୟ ସାମଗ୍ରୀ ବଣ୍ଟନ.
ଆନନ୍ଦପୁର/ଘଷିପୁରା(ଆପ୍ର):ଆନନ୍ଦପୁର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ସାବୁନ ମାସ୍କ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ଆନନ୍ଦପୁର ମୁନିସିପାଲଟି ର ୭ନମ୍ବର ର କୋଲସାହି ହରିଜନ ସାହି ମୁଖି ସାହି ଏବଂ ୪ନମ୍ବର ୱାର୍ଡର ମୁଖି ସାହିରେ କ ରୋନା ପାଇଁ ଲକ ଡାଉନ ଥିବାରୁ ଗରିବ ଲୋକ କାମ ଧନ୍ଦା ନପାଇ ଅସହାୟ ଅବସ୍ଥାରେ ଥିବାରୁ ସେମାନଙ୍କୁ ଫ୍ରେଣ୍ଡସ କ୍ଲବର ସଭାପତି ନଳିନୀ ପ୍ରଭା ସେଠୀ ଙ୍କ ନେତୃତ୍ୱରେ ଚୂଡ଼ା ଚିନି କଦଳୀ ସାବୁନ ମାସ୍କ ବଣ୍ଟନ କରାଯାଇଥିଲା ଫ୍ରେଣ୍ଡସ କ୍ଲବର ଏହି କାର୍ଯ୍ୟ କୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ପ୍ରଶଂସା କରାଯାଇଛି ଏଥିରେ ଫ୍ରେଣ୍ଡସ କ୍ଲବର ସଦସ୍ୟ କଳ୍ପନା ଦାସ କମଳା ସେଠୀ ଆଶିଷ ରାମ ବପୁନ ମହାକୁଡ଼ ଫୁକୁଲ ଦାସ ସିକୁଲ ଦାସ ବୁବୁନି ରାମ ଚଗୁଲ ରାମ ସୋମିୟ ରାମ ବପୁନ ଧଳ ସୌମ୍ୟରଂଜନ ତ୍ରିପାଠୀ ପ୍ଲାବନ ପାତ୍ର ରାକେଶ କୁମାର କରନ ମିକୁଲୁ ଦାସ ସତ୍ୟଜିତ ଦାସ ସିଟୁନ ଗୁଡୁ ଦେବୁ ଜିତୁ ବାଇନ ଭବାନୀ ଚଗୁଲ ପୁପୁନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ.

ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି

Expressnews24x7live

ଖବର

ସୁପ୍ରଭାତ
ମୁଖ୍ୟ ଖବର
ତା- ୧୧ / ୦୪ / ୨୦୨୦ – ଶନିବାର

୧-ରାଜ୍ୟ ରେ ସୁସ୍ଥ ହେଲେ ଆଉ ୧୦ କରୋନା ସଁକ୍ରମିତ। ପୂର୍ବରୁ ୨ ଜଣ ସୁସ୍ଥ ହେଇ ଘର କୁ ଫେରିଛନ୍ତି।

୨-ଭୁବନେଶ୍ୱର RMRC ରେ କୋବାସ ମେସିନ ଲାଗିଲା – ସ୍ୱାବ ପରୀକ୍ଷା କ୍ଷମତା ୧୦୦୦ କୁ ବୃଦ୍ଧି – RMRC ନିର୍ଦେଶିକା ଡ଼ଃ ସଙ୍ଘମିତ୍ରା ପତି ଙ୍କ ସୂଚନା।

୩-ବ୍ରହ୍ମପୁର ରେ ସ୍ଥାପିତ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା । MKCG କୁ ମିଳିଲା ସ୍ୱାବ ପରୀକ୍ଷା ଅନୁମତି ।

୪-ଫିଭର କ୍ଲିନିକ ଭାବେ ଭୁବନେଶ୍ୱର ର ୧୭ ଘରୋଇ ଡାକ୍ତରଖାନା କୁ ଘୋଷଣା କଲେ ରାଜ୍ୟ ସରକାର। କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟ ନିର୍ଦିଷ୍ଟ ସରକାରୀ ଡାକ୍ତରଖାନା ରେ ସୁବିଧା।

୫-ହାଇକୋର୍ଟ ଙ୍କ ସାନି ନିର୍ଦେଶ – ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ତିନିଥର ଅଣ୍ଡରଟେକିଙ୍ଗ ରେ ଗାଡି ନେଇ ପାରିବେ। ଅମାନିଆ ଙ୍କ ଗାଡି ହେବ ଜବତ।

୬-ଏପ୍ରିଲ ରୁ ତିନିମାସ ଯାଏଁ ସ୍କୁଲ ଫି ହ୍ରାସ କିମ୍ବା ଫି ଆଦାୟ ତାରିଖ ଘୁଞ୍ଚାଇବାକୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ।

୭-ଗତକାଲି କଳାହାଣ୍ଡି ଏବଂ ବଲାଙ୍ଗୀର ରେ ଲକଡାଉନ ପରିସ୍ଥିତି ର ସମୀକ୍ଷା କଲେ ପୋଲିସ ଡିଜି।

୮-ବାଲେଶ୍ଵର ସଦର ଥାନା ସଇପୁର ଅଞ୍ଚଳ ରେ ବିଚ ରାସ୍ତାରେ ପଡିଛି ଯୁବକ ଙ୍କ ମୃତଦେହ , ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।

୯-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା ବେଳେ ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ପାଇଁ ଅଧିକ ଅନୁଦାନ ,ଔଷଧ ଏବଂ ପିପିଇ କିଟ ମାଗିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।

୧୦-ଗୁଜବ ପ୍ରଚାର କରି ରାଜ୍ୟ ରେ ଏଯାଏଁ ୬୩ ଜଣ ଗିରଫ।

୧୧-ଡାକଘରେ ଜମାକାରୀଙ୍କୁ ଆଶ୍ୱସ୍ତି – ଲକଡାଉନ ସମୟ ରେ କିସ୍ତି ଖିଲାପ କଲେ ପଡିବନି ଫାଇନ।

୧୨-କରୋନା ଶଂକ୍ରମିତ ଙ୍କୁ ଚିକିସ୍ଥା କରୁଥିବା ଡାକ୍ତର , ସ୍ବାସ୍ଥ୍ୟ କର୍ମୀ ଙ୍କୁ ଦୁଇଗୁଣା ଦରମା ଦେବାକୁ ହରିଆଣା ସରକାର ଙ୍କ ଘୋଷଣା।

୧୩- ପଞ୍ଜାବ ରେ ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର।

୧୪-ଆଜି ବିଭିନ୍ନ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।
ଏସମସ୍ତ ସୂଚନା ବିଭିନ୍ନ ଗଣମାଧ୍ୟମ ରୁ ସଂଗୃହିତଘରେ ସୁସ୍ଥ ରୁହନ୍ତୁ ବାହାର କୁ ଆସିଲେ ମାସ୍କ ପିନ୍ଧନ୍ତୁ

ଲୋକାଲ ଖବର

ଅନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅନନ୍ଦପୁର ପୌରପାଳିକା ର ବିଭିନ୍ନ ଜାଗାରେ ସାନିଟାଇଜେସନ.
ଆନନ୍ଦପୁର:-ଅନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅନନ୍ଦପୁର ର ବିଭିନ୍ନ ଜାଗାରେ ସାନିଟାଇଜେସନ କରାଯାଉଛି ଅନନ୍ଦପୁର ଅଗ୍ନିଶମ ବିଭାଗର ଅଧିକାରୀ ପ୍ରତାପ ସିଂହଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ଙ୍କୁ ନେଇ ଅନନ୍ଦପୁର ର ସମସ୍ତ ବ୍ୟାଙ୍କ ସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ସମ୍ମୁଖରେ ରାସାୟନିକ ବିଶୋଧନ ଛିଞ୍ଚନ କରାଯାଉଥିବା ଦେଖିବାକୁ ମିଳିଛି କରୋନା ର ଭୟାବହତା କୁ ଦେଖି ଏଭଳି ସାନିଟାଇଜେସନ କରାଯାଉଥିବା ଏବଂ ଏହାଦ୍ୱାରା ସଂକ୍ରମଣ ରୋକିବାରେ ସହାୟତା ହୋଇପାରିବ ଓ ଆଗାମୀ ଦିନରେ ଏଭଳି ପଦକ୍ଷପ ଜାରୀରହିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି.

ଲୋକାଲ ଖବର

ଓଁକାର ସେବାଶ୍ରମ ପକ୍ଷରୁ ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ,,
ଅନନ୍ଦପୁର/ଘଷିପୁରା:- କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅନ୍ତର୍ଗତ ମଦନପୁର ପଞ୍ଚାୟତ ବାମ୍ପିଡି ଗୋଡିସାହି ଠାରେ ରହିଥିବା ଓଁକାର ସେବାଶ୍ରମ ପକ୍ଷରୁ ସବୁବେଳେ ସମାଜ ପାଇଁ ସାହାଯ୍ୟ କରିଆସୁଥିବା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତେରସମ୍ ଲାଲ ଏବଂ ଡ଼ାଇରେକ୍ଟର ଶ୍ରୀଯୁକ୍ତ ରାଜେଶ କୁମାର ନାଗି ଙ୍କ ନିର୍ଦ୍ଦେଶ ଅନୁକ୍ରମେ ଆଜି କରିବା ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ,ଏବେ ସମଗ୍ର ଦେଶ ଓ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ହଟାଇବା ପାଇଁ ସମଗ୍ର ଦେଶରେ ଲକ୍ ଡାଉନ ରଖାଯାଇଥିବାରୁ ଓଁକାର ସେବାଶ୍ରମ ନିକଟରେ ବାସକରୁଥିବା ଗୋଡିସାହି ଗରିବ ଅସହାୟ ୮୬ ଜଣ ଶ୍ରମିକ ଭୋକିଲା ଆବସ୍ତା ସମ୍ପର୍କରେ ତଥ୍ୟ ପାଇ ସେବାଶ୍ରମର ଟ୍ରଷ୍ଟି ଗୋବର୍ଦ୍ଧନ ବେହେରା ଅନୁଷ୍ଠାନର ପ୍ରତିଷ୍ଠାତା ଙ୍କ ଜଣାଇବାରୁ ଶ୍ରୀଯୁକ୍ତ ତେରସମ୍ ଲାଲ ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ସାବୁନ ,ମାକ୍ସ୍ ୮୬ ଜଣ ପରିବାରକୁ ମାଗଣାରେ ଚାଉଳ, ଡାଲି, ଆଳୁ, ତେଲ, ମସଲା ,ସାବୁନ, ମାକ୍ସ୍ ବଣ୍ଟନ କରିଥିଲେ , ଏଥିରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ସାମାଜିକ ସୁରକ୍ଷା ଅଧିକାରୀ ଡ଼ ଶମ୍ବୁନାଥ ରାଉତ ଓ ସାଇଁକୁଳ ଫାଣ୍ଡି ଅଧିକାରୀ ଅଶୋକ କୁମାର ପହିଙ୍କ ତତ୍ୟବଧନରେ ଉକ୍ତ ବଣ୍ଟନ କାଯ୍ୟ ସାମାଜିକ ଦୂରତା କୁ ଆଖି ଆଗରେ ରଖି ଉକ୍ତ ଶୁଖିଲା ଖାଦ୍ୟ ଶାନ୍ତି ଶୃଙ୍ଖଳାରେ ଘର ଘର ବୁଲି ସୁରକ୍ଷିତ ଅବସ୍ଥାରେ ବଣ୍ଟନ କରାଯାଇଥିଲା ,ଏହି କାଯ୍ୟକ୍ରମରେ ଓଁକାର ସେବାଶ୍ରମର ଟ୍ରଷ୍ଟି ଶ୍ରୀଯୁକ୍ତ ଗୋବର୍ଦ୍ଧନ ବେହେରାଙ୍କ ନେର୍ତ୍ତୃତ୍ୱରେ ଅନୁଷ୍ଠିତ ହୋଇଥିଲା ,

ଲୋକାଲ ଖବର

ଆମେ ଆପଣଙ୍କ ପାଇଁ ସେବା ଅନୁଷ୍ଠାନ ପକ୍ଷରୁ ଅସହାୟ ଅନାଥ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ,,

ଅନନ୍ଦପୁର:-ସମଗ୍ର ଦେଶ ଓ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିବା ସମୟରେ “ଆମେ ଆପଣଙ୍କ ପାଇଁ ” ସେବା ଅନୁଷ୍ଠାନ ପକ୍ଷରୁ ଓଁକାର ସେବାଶ୍ରମର ଗରିବ ଅସହାୟ ଅନାଥ ୪୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସମସ୍ତଙ୍କୁ ସାବୁନ ଓ ମାକ୍ସ୍ ପ୍ରଦାନ କରିଛନ୍ତି ,ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କୁ କରୋନା ସମ୍ପର୍କରେ ସଚେତନତା କରି କିପରି ଭାବେ ପ୍ରଥମେ ହାତ ଧୋଇବେ ଓ ମାକ୍ସ ପିନ୍ଧିବେ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ ,ପରେ ଅନୁଷ୍ଠାନର ଟ୍ରଷ୍ଟି ଗୋବର୍ଦ୍ଧନ ବେହେରାଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ,ଏଥିରେ ଓଁକାର ସେବାଶ୍ରମର ଟ୍ରଷ୍ଟି ଶ୍ରୀ ବେହେରା ଆମେ ଆପଣଙ୍କ ପାଇଁ ସେବା ଅନୁଷ୍ଠାନର ମୁଖ୍ୟ ସହଯୋଗୀ ଶ୍ୟାମଲ କୁମାର ଦତ୍ତଙ୍କ ସହଯୋଗ କ୍ରମେ ସମସ୍ତ ବେବସ୍ତା କରାଯାଇଥିଲା ଏଥିରେ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଜେନା ଏବଂ ସମ୍ପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ,,

ଲୋକାଲ ଖବର

ଜଅଁରା ଖେଳ ପଡିଆ ଠାରେ ମେ ଆଇ ହେଲ୍ପ ୟୁ କ୍ଲବ ପକ୍ଷରୁ 1st କିଶୋର ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.
ଆନନ୍ଦପୁର/ଘଷିପୁରା:-ଜଅଁରା ଖେଳ ପଡିଆ ଠାରେ ମେ ଆଇ ହେଲ୍ପ ୟୁ କ୍ଲବ ପକ୍ଷରୁ 1st କିଶୋର ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ବିଜେଡି ଯୁବ ସଭାପତି ସୌମ୍ୟ ଶେଖର ଚକ୍ର (ରାଜା ଭାଇ) ଏବଂ ଆନନ୍ଦପୁର ଯୁବ ବିଜେଡି ନେତା ଓ ସମାଜସେବୀ ଦେବରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ପ୍ରଥମେ ଜଅଁରା ଗ୍ରାମର ବହୁ ମହିଳା ପୁରୁଷ ପୁଷ୍ପ ଗୁଚ୍ଛ ଦେଇ ରାଜା ଭାଇଙ୍କୁ ସ୍ୱାଗତ କରିଥିଲେ ପରେ ପରେ ସମସ୍ତ ଖେଳାଳି ମାନଙ୍କ ସହ କର ମର୍ଦ୍ଧନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ଆଜି ଦୁଇଗୋଟି ଦଳ ଷ୍ଟାର୧୧ ଏବଂ ଭାଲୁକୁମା କୁ ନେଇ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଭାଲୁକୁମା ୧୦ଓଭରରେ ୮ଉଈକେଟ ହରାଇ ୯୦ରନ କରିଥିବାବେଳେ ଷ୍ଟାର୧୧୯ଓଭରରେ ୫ଉଈକେଟ ହରାଇ ୯୧ରନ କରି ବିଜୟୀ ହୋଇଥିଲା ବିଜୟୀ ଦଳ ଷ୍ଟାର୧୧ଆଗାମୀ ଫାଇନାଲ ମ୍ୟାଚ ଖେଳିବାକୁ ସ୍ଥିର ହୋଇଛି ଏହି ଟୁର୍ଣ୍ଣାମେଣ୍ଟ କୁ ମେ ଆଇ ହେଲ୍ପ ୟୁ କ୍ଲବ ର ରଞ୍ଜନ ଜେନା ରାଜେଶ ଆଚାର୍ଯ୍ୟ ପ୍ରୀତମ କୁମାର ମାଝି ଜ୍ଞାନ ରଞ୍ଜନ ନାୟକ ମିଲନ ମାଝୀ ସ୍ମୃତି ରଞ୍ଜନ ମହାପାତ୍ର ସଞ୍ଜୟ ଜେନା ବିଭୁତି ଭୂଷଣ ବେହେରା କିଶୋର ଆଚାର୍ଯ୍ୟ ପ୍ରତାପ ଜେନା ପ୍ରମୁଖ ସହଯୋଗ କରି ଥିଲେ.

ଲୋକାଲ ଖବର

ବୋଉ
ଦୁନିଆଁରେ ସମସ୍ତେ ସବୁକିଛି ଭୁଲି ଯାଇ ପାରନ୍ତି କିନ୍ତୁ ମା’ର ମମତାକୁ ଭୁଲି ହୁଏନା । ବୋଉ ପଣତ କାନିର ମିଠା ପରଶ ଚିରକାଳ ଅବିସ୍ମରଣୀୟ । ଦେହରୁ ଟିକେ ଝାଳ ବୋହିଗଲେ ସେ ନିଜର ପଣତ କାନିରେ ପୋଛି ଦେଇଥାଏ । ଆଖିରେ କଣ ପଡିଗଲେ ତାର ପଣତ କାନିରେ ଆଫା କରିଦିଏ । ଝୁଣ୍ଟି ପଡିଲେ ସେହି ପଣତ କାନିରେ ଦେହରୁ ଧୂଳି ଝଡିଦିଏ । ଶୀତ ଲାଗିଲେ ସେହି ପଣତ କାନିରେ ଦେହକୁ ଘୋଡେଇ ଦିଏ । ଖାଇ ସାରିଲେ ପଣତ କାନିରେ ମୁହଁ ପୋଛି ଦିଏ । ପିଲାଟି ବେଳରୁ ସେହି ପଣତ କାନିରେ ହିଁ ମୋହ ଲାଗି ରହିଥାଏ । ବୋଉ ର ହାତରନ୍ଧା,ବୋଉର ସେନେହ ବୋଳା କଥା ,ଓ ମମତା ନା କିଏ ଭୁଲିଛି ନା ଭୁଲି ପାରିବ ।ସେମିତି ଦେବବ୍ରତ ମଧ୍ୟ ବହୁତ ଭଲ ପାଉଥିଲା ତାର ବୋଉକୁ । ଯୁଆଡେ ଗଲେବି ଘରକୁ ଫେରିଲେ ପ୍ରଥମେ ଧାଇଁ ଯାଉଥିଲା ବୋଉ ପାଖକୁ । ବୋଉର କୋଳରେ ଟିକେ ମୁଣ୍ଡ ରଖି ଶୋଇ ପଡୁଥିଲା । ଆଉ ତାକୁ ଲାଗୁଥିଲା ଯେମିତି ଦୁନିଆଁ ଯାକର ଖୁସି ଆସି ତା ହାତରେ ଧରା ଦେଉଛି । ଯେତେ ବଡ଼ ହେଲେବି ସବୁବେଳେ ବୋଉ ବୋଉ ହେଉଥିଲା । ଯେଉଁଥି ପାଇଁ ପୂଜା (ତାର ଭଉଣୀ) ତାକୁ ଚିଡାଉଥିଲା ଏବେ ସିନା ବୋଉ ବୋଉ ହେଉଛୁ । ଯେତେବେଳେ ବାହା ହେବୁ ମୁଁ ଦେଖିବି ଯେ ତୁ କେତେ ବୋଉ ବୋଉ ହେବୁ । ପାଠ ପଢା ସରି ଯାଇଥିଲେବି ବୋଉକୁ ଛାଡି କୁଆଡେ ବାହାରକୁ ଯାଉନଥିଲା । ତାକୁ ଲାଗୁଥିଲା ତା ବୋଉ ହିଁ ତାର ସର୍ବସ୍ଵ। କିନ୍ତୁ ଗାଁରେ କଣ ବା ସେ କରିବ । ତାର ସାଙ୍ଗ ମାନେ ବାହାରେ ରହି କେତେ ରୋଜଗାର କରୁଛନ୍ତି । ଗାଁ ଲୋକମାନେ ମଧ୍ୟ ତାକୁ ଆକ୍ଷେପ କରି କହୁଛନ୍ତି । ତାର ବୋଉ ମଧ୍ୟ ଅନେକ ସମୟରେ ବୁଝାନ୍ତି । ଆରେ ତୁ କେତେଦିନ ଏମିତି ମୋ ପିଛା ଧରିଥିବୁ । ଏତେ ବଡ଼ ହେଲୁଣି କାଲି ଯଦି ମୋର କିଛି ହୋଇଯାଏ ତୁ ପୁଣି ଏକଲା ରହିବୁ ତ’.. କିଛି କାମ ଧନ୍ଦା କର, ତୋର ଭବିଷ୍ୟତ ଅଛି ତେଣୁ ସେ ମନକୁ ବୁଝାଇ ହାଇଦ୍ରାବାଦରେ ରହୁଥିବା ତାର ଜଣେ ସାଙ୍ଗ ସହ ଯୋଗା ଯୋଗ କରି ତା ପରଦିନ ହାଇଦ୍ରାବାଦ ଅଭି ମୁଖେ ଯାତ୍ରା କଲା ମାତ୍ର ମନ ଆଇନାରେ ବୋଉର ପ୍ରତିବିମ୍ବ ସର୍ବଦା ତାକୁ ବିଚଳିତ କରିପକାଉଥିଲା । ଟ୍ରେନ୍ ରେ ବସି ଭାବୁଥିଲା ବୋଉକୁ ଛାଡି ସେ କିପରି ରହିବ ?ନିଦ ନ ଆସିଲେ କିଏ ତା ମୁଣ୍ଡକୁ ଆଉଁସି ଦେବ କାହା ପଣତରେ ସେ ମୁହଁ ପୋଛିବ ଏମିତି ଭାବନା ଭିତରେ ତା ଅଜାଣତରେ ଟ୍ରେନ୍ ଯାଇ ପହଞ୍ଚି ଯାଇଥିଲା ହାଇଦ୍ରାବାଦ ଷ୍ଟେସନରେ।ଟ୍ରେନରୁ ଓହ୍ଲାଇ ସାଙ୍ଗର ଭଡ଼ା ଘରେ ପହଞ୍ଚି ସେଠାରେ ରହି କାମ ଟିଏ ଯୋଗାଡ କଲା। ଖୁସି ଖବର ଟିକୁ ବୋଉକୁ ମଧ୍ୟ ଜାଣଇ ଦେଲା। ସମୟ ପାଇଲେ ଫୋନ୍ ରେ ବୋଉଙ୍କ ସହ ଅନେକ ସମୟରେ କଥା ହୁଏ କାରଣ ବୋଉ ବିନା ତା ଜୀବନ ସମ୍ପୂର୍ଣ୍ଣ ନିରର୍ଦ୍ଧକ ହୋଇଯାଇଥିଲା। ଏପଟେ ବୋଉକୁ ମଧ୍ୟ କିଛି ଭଲ ଲାଗୁନଥିଲା । ଭାବୁଥିଲା ପିଲାଟା ଖାଉଥିବକି ନାହିଁ । କେମିତି ରହୁଥିବ, କଣ କରୁଥିବ ଏମିତି ନାନା ପ୍ରକାର ଚିନ୍ତା ଆସୁଥିଲା ତାର ମୁଣ୍ଡକୁ । ଦିନେ ବୋଉ ଦେବୁର ମାମୁଁ ଘରକୁ ଯିବାକୁ ବାହାରିଲେ। ସାଇତା ମନ ଲାଖି ଶାଢ଼ିଟିକୁ ଖୋଲିଲେ ସବୁ ଖେଳେଇ ଖାଳେଇ ଖୋଜିଲେ ମାତ୍ର ପାଇଲେ ନାହିଁ। ମନରେ ବିଶାଦ ଆଣି ମନ ଦୁଃଖରେ ବସିଥିବା ବେଳେ ହଠାତ୍ ଖବର ପାଇଲେ ଦେବୁ ଫୋନ କରିଛି। ଦେବୁର ଭଉଣୀ ମୋବାଇଲ୍ ଟି ଆଣି ବୋଉକୁ ଦିଅନ୍ତେ ଦେବୁ ଉତ୍କଣ୍ଠାର ସହ ପଚାରି ବସିଲା ବୋଉ କଣ କରୁଛୁ ? ବୋଉ କହିଲା ଗୋଟେ ଶାଢ଼ୀ ଖୋଜୁଛି କୋଉଠି ପାଉନି । ଦେବୁ କିଛି ସମୟ ଚୁପ ହୋଇଗଲା ।କିଛି ସମୟ ପରେ କହିଲା, ବୋଉ, ତୋ ଗଡରେଜରେ ଗତ ବର୍ଷ ଦୁର୍ଗା ପୂଜା ବେଳେ ଯେଉଁ ଶାଢ଼ି ଟା କିଣି ରଖିଥିଲୁ ସେଇଟା ଖୋଜୁଛୁ କି ? ବୋଉ କହିଲା ହଁ ପରା ! ସଙ୍ଗେ ସଙ୍ଗେ ବାଷ୍ପରୁଦ୍ଧ କଣ୍ଠରେ ଦେବୁ କହିଲା। ବୋଉ ଲୋ କିଛି ଭୁଲ ବୁଝିବୁନି ମୁଁ ପରା ସେହି ଶାଢ଼ିଟିକୁ ନେଇ ଆସିଛି। କେମିତି ନ ଆଣିଥାନ୍ତି ବୋଉ ତୋର ପଣତ ଛୁଆଁ ନପାଇଲେ ପରା ମୋର ଆଖିକୁ ନିଦ ଆସେନି ।ତତ୍କ୍ଷଣାତ୍ ଫୋନର ପରିଭାଷା ବଦଳି ଗଲା ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଆବେଗରେ । ଦୁହେଁ ଦୁହିଁଙ୍କ ପାଇଁ ଜଡ ପଲଟି ଗଲେ ଲାଗୁଥିଲା ସତେ ଯେପରି ଉଭେ ଉଭୟଙ୍କ ପ୍ରାଣର ସ୍ପନ୍ଦନ ଆର ଜନ୍ମ ଯାଏ।

ଦେବବ୍ରତ ବାରିକ
ସମ୍ପାଦକ :ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର
ମୋ : 9348779394

ଲୋକାଲ ଖବର

ଆନନ୍ଦପୁର ର ବିଭିନ୍ନ ଜାଗାରେ ପଞ୍ଚାୟତରାଜ୍ ଦିବସ ଓ ବିଜୁବାବୁଙ୍କ ଜନ୍ମଜୟନ୍ତି ପାଳିତ
ଆନନ୍ଦପୁର/ଘଷିପୁରା:-ଆନନ୍ଦପୁର ର ବିଭିନ୍ନ ଜାଗାରେ ପଞ୍ଚାୟତରାଜ୍ ଦିବସ ଓ ବିଜୁବାବୁଙ୍କ ଜନ୍ମଜୟନ୍ତି ପାଳିତ ହୋଇଯାଇଛି ପ୍ରଥମେ ଆନନ୍ଦପୁର ବିଜେଡି ନଗରସଭାପତି ସୁଶୀଲ କୁମାର ହୋତାଙ୍କ ସଭାପତିତ୍ୱରେ ଏକ ମଟର ସାଇକେଲ ରାଲିରେ ଆସି ଆନନ୍ଦପୁର ସହର ପରିକ୍ରମା କରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତିରେ ଆନନ୍ଦପୁର ପୂର୍ବତନ ପୌରପାଳିକା ର ଅଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ ଆନନ୍ଦପୁର ପୌରପାଳିକା ର କାର୍ଯ୍ୟନିଵାହୀ ଅଧିକାରୀ ହିତନ୍ଶୁ ଶେଖର ସାମଲ ବିଜେଡି ଯୁବ ନେତା ସମାଜସେବୀ ଦେବରଞ୍ଜନ ସାହୁ ବିଜେଡି ବରିଷ୍ଠ ନେତା ସତ୍ୟନନ୍ଦ ମିଶ୍ର ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁ ଅମର ରହେ ସ୍ଲୋଗାନ ଦେଇଥିଲେ ପରେପରେ ଆନନ୍ଦପୁର ଉପକାରାଗାର ରେ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ରୋଗୀ ମାନଙ୍କୁ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିବା ପରେ ଆନନ୍ଦପୁର ଉପଖଣ୍ଡ ର ତରତରା ଗ୍ରାମପଂଚୟତର ପଞ୍ଚାୟତ ଅଫିସ ଠାରେ ଏକ ରକ୍ତ ଦାନଶିବିର ଅନୁଷ୍ଠିତ ହୋଇଥିବାବେଳେ ତରତରା ଖେଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ବରିଷ୍ଠ ବିଜେଡି ନେତା ସତ୍ୟନନ୍ଦ ମିଶ୍ର ଙ୍କ ସଭାପତିତ୍ୱରେ ଏକ ସଭାରେ ଉଦ୍ବୋଧନ ଦେଇ ଥିବାବେଳେ ତରତରା ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ସାହୁ,ଆନନ୍ଦପୁର ବ୍ଲକ ବିଜେଡି ସଭାପତି ଗିରିଧାରୀ ମହାନ୍ତ,ସନା ଦେହୁରୀ,ସନାତନ ଘଡେଇ ଙ୍କ ସମେତ ଆନନ୍ଦପୁର ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ବହୁ ବିଜେଡି କର୍ମୀ ଉପସ୍ଥିତରହି ବିଜୁବାବୁଙ୍କ ୧୦୪ତମ ଜନ୍ମ ଦିବସ ପାଳନ ରେ ସହଯୋଗ କରିଥିଲେ ପ୍ରଥମେ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ବରିଷ୍ଠ ବିଜେଡି ନେତା ସତ୍ୟନନ୍ଦ ମିଶ୍ର ନିଜ ବକ୍ତବ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ବିଜୁ ବାବୁ ଓଡିଶା ର ଉନ୍ନତି ପାଇଁ ଅବିରତ ଉଦ୍ୟମ କରିଥିବାବେଳେ ଓଡ଼ିଶାର ପ୍ରଗତି ପାଇଁ ଅନେକ ଯୁଗନ୍ତକାରୀ ପଦକ୍ଷପ ନେଇଥିଲେ ଏହାସହିତ ବିଜୁବାବୁ ଙ୍କ ସାହାସିକତା ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାଙ୍କ ଦିଗଦର୍ଶନ ରେ ନିଜକୁ ଅନୁପ୍ରାଣିତ କରି ଚାଲିବାକୁ ଉପସ୍ଥିତ ବିଜେଡି କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ. ଆନନ୍ଦପୁର ରୁ lion ganesh

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started