ବାଲ୍ୟ କାଳରୁ କୈଶ୍ୱର ରେ ପାଦ ଦେବାବେଳକୁ ମୋର ଗାଁ ପରିବେଶ ଯାହା ଥିଲା ମୋର ଯୁବାବସ୍ଥାରେ ଗାଁର ଆଖପାଖ ପ୍ରକୃତି ପ୍ରତି ଲୋକଙ୍କ ର ଇଚ୍ଛାକୃତ କ୍ରୁରତା ପୂର୍ଣ ଆଚରଣ ମୋତେ ବହୁପରିମାଣର ବ୍ୟଥିତ କରିଥିଲା ପିଲାବେଳେ ଗାଁ ଆମ୍ବତୋଟା ମୂଳେ କୋଇଲିର କୁହୁ କୁହୁ ତାନ ଗାଁ ଦାଣ୍ଡର ଗୋଷ୍ଠବାହୁଡା ଗାଇଆଳ ଟୋକାର ବଂଶୀ ସ୍ଵନ ସତରେ କି ଅପୂର୍ବ ଆନନ୍ଦ ଆଧୁନିକତାର ଦ୍ୱାହି ଦେଇ ଗ୍ରାମ ପରିବେଶ ଆଜି ଧ୍ୱସ୍ତ ବିଧ୍ୱସ୍ତ କୁଛିତ ରାଜନୀତିର ପସା ପାଲିରେ ଗାଁ ଯୁବକ ଆଜି ଗାଁ ଜଙ୍ଗଲ କୁ ଟେକି ଦେଇଛି ମାଫିଆ ଙ୍କ ହାତରେ ସାମାନ୍ୟ କିଛି ସ୍ଵାର୍ଥରେ ,ଅଭିମାନ ଆସିଲା ଶପଥ ନେଲି ପରିବେଶ ସୁରକ୍ଷା ପାଇଁ ବରଂ ଜୀବନ ଦେବୀ କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ପରିବେଶ ହାନି କରିବାକୁ ପ୍ରଶ୍ରୟ ଦେବୀ ନାହିଁ ସେହି ଦିନ ଠାରୁ ଗ୍ରାମର କିଛି ଯୁବକଙ୍କୁ ନେଇ ଆରମ୍ଭ କଲି ଏକ ସ୍ୱଛେସେବୀ ସଂଗଠନ ବିଶେଷ ଉନ୍ନୟନ ମୂଳକ କାର୍ଯ୍ୟକୁ ହାତକୁ ନେଲୁ ଯଥା ନାରିଶିକ୍ଷା ସ୍ୱାସ୍ଥ୍ୟ ଓ ବନୀକରଣ ପରି ସାମାଜିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଗ୍ରାମର ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ଓ ନାରୀ ମାନେ ବିଭିନ୍ନ ସମୟରେ ପରିବାରର ତଥା ସାମାଜିକ ଭୋଗୁଥିବା ଉତ୍ପୀଡ଼ନ ପାଇଁ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପାଇଁ ନୂତନ ବନୀକରଣ କାର୍ଯ୍ୟ ହାତକୁ ନେଲୁ ଏଥି ସକାଶେ ବହୁ ଅନୁଷ୍ଠାନରୁ ମଧ୍ୟ ସମ୍ମାନିତ ହୋଇଛୁ ଉକ୍ତ ସମ୍ମାନ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଲା ବର୍ତ୍ତମାନ ବନୀକରଣ ଆମର ନିଶା ଓ ପେଷା ହୋଇଯାଇଛି ପ୍ରକୃତି ପ୍ରତି ଘୋର ଅବିଚାର ଯୋଗୁ ଆଜି କରୋନା ପରି ମହାମାରୀ ଯେ ସାରା ପୃଥିବୀ କୁ କବଳିତ କରିସାରିଛି ଏକଥା ଆମ ସଭ୍ୟ ସମାଜ ବହୁ ଡେରିରେ ହୃଦୟଙ୍ଗମ କଲା ସାମାନ୍ୟ ଏକ କୀଟ ଯେ ପୃଥିବୀ ର ବହୁ ସଭ୍ୟ ଶକ୍ତିଶାଳୀ ଓ ସଂବୃଦ୍ଧି ପୂର୍ଣ ରାଷ୍ଟ୍ର ର ଗର୍ବ ଅହଂକାର କୁ ଚୁର୍ଣ୍ଣିଭୂତ କରିଦେଇଛି ଏକଥା ବିଶ୍ୱାସ ନହେଲେ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଯାଇଛି ଏଣୁ ମୋର ପ୍ରିୟ ସମସ୍ତ ବନ୍ଧୁ ମାନଙ୍କୁ ନିବେଦନ ଆସନ୍ତୁ ଆମ ଜନପ୍ରିୟ ଓଡିଶା ସରକାରଙ୍କ ପ୍ରଣୀତ ନିୟମ ମାନୀ ଆମେ ସମସ୍ତେ କରୋନା ବିରୁଦ୍ଧରେ ଲଢ଼ିବା କରୋନା କୁ ପରାସ୍ତ କରି ଏକ ସୁସ୍ଥ ସମାଜ ତଥା ଗାଁ ଜିଲ୍ଲା ଓ ରାଜ୍ୟର ପ୍ରଗତିରେ ସହାୟକ ହେବା.
“ଗଣେଶ୍ୱର ମହାନ୍ତି
ଯୁବ ସାମ୍ବାଦିକ ଓ ସମାଜସେବୀ
ଆନନ୍ଦପୁର ,ଜିଲ୍ଲା- କେନ୍ଦୁଝର”
MOB:-9337189878

