ଦେଓଗାଁ କୁଶଳେଶ୍ୱର ଶୈବପୀଠ ରେ ଜାଗରମେଳା ଅନୁଷ୍ଠିତ.
ଘଷିପୁରା/ଆନନ୍ଦପୁର:-ଘଷିପୁରା ବ୍ଲକ ଦେଓଗାଁ ସ୍ଥିତ କୁଶଳେସ୍ବର ଶିବ ମନ୍ଦିର ରେ ପ୍ରସିଦ୍ଧ ଜାଗର ମେଳା ଆରମ୍ଭ ହୋଇଯାଇଛି,ଶିବରାତ୍ରି ଓ ଜାଗର ମେଳା ପାଇଁ ସମଗ୍ର ଦେଓଗାଁ ଚଳଚଞ୍ଚଳ ହୋଇଉଠିଛି,ଏହି ମେଳାରେ ୨୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ପଡିଥିବବେଳେ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି,ପବିତ୍ର ଜାଗର ରାତ୍ରିରେ ଦୀପ ଜାଳି ଭୋଳାନାଥ ଙ୍କ କୃପାଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାରୁ ଭକ୍ତଙ୍କ ସମାଗମ ହୋଇଛି,ଶିବରାତ୍ରି ପାଇଁ ମନ୍ଦିରରେ ବ୍ୟାରିକେଡ ନିର୍ମାଣ,ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗବେରଙ୍ଗର ଅଲୋକମଳା ତୋରଣ ଭକ୍ତଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି,ପବିତ୍ର କୁଶେଇ ନଦୀ କୁଳରେ ଅବସ୍ଥିତ ମହାପ୍ରଭୁ ଭୋଳାନାଥ କୁଶଳେସ୍ୱର ଙ୍କ ଦିବ୍ୟ ମନ୍ଦିର,ପ୍ରାଚୀନ ଯୁଗରୁ କୁଶଳେସ୍ୱର ଶୈବପୀଠ ର ବହୁ ମାହାତ୍ମ୍ୟ ରହିଛି,ଏହି ମନ୍ଦିରର ଗଠନ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଓ ବେଶ ଆକର୍ଷଣୀୟ,ମୁଖ୍ୟ ମନ୍ଦିର ର ଉଚତା ୪୦ଫୁଟ ଓ ଏହା ପୂର୍ବାମୁଖୀ, ମନ୍ଦିରରେ ଜଗମୋହନ ଓ ତାଙ୍କ ଦକ୍ଷିଣ ପାର୍ଶ୍ଵରେ ଅଵଲୋକିତେସ୍ୱର ଙ୍କ ମୂର୍ତ୍ତି ଅବସ୍ଥିତ, ଏହାଛଡା ମା ପାର୍ବତୀ,କାର୍ତ୍ତିକେୟ,ଗଣେଶ,ଏକପାଦୀ ଭୈରଭ,କପିଳେଶ୍ୱର,ଜଗନ୍ନାଥ ମନ୍ଦିର,ମୁକ୍ତିମଣ୍ଡପ,ଦୋଳ ମଣ୍ଡପ ଆଦି ପ୍ରାଚୀନ ମନ୍ଦିର,ପରମ୍ପରା ଓ ମାହାତ୍ମ୍ୟ ରହିଛି,ପ୍ରାୟ ୧୫୦ବର୍ଷ ହେବ ଶିବରାତ୍ରି ଦିନ ଠାରୁ ଏଠାରେ ମେଳା ଅନୁଷ୍ଠିତ ହୋଇଆସୁଛି,ଏଥର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୈଠକ ଡକାଯାଇନଥିବାବେଳେ ପ୍ରତିବର୍ଷ ଭଳି ପ୍ରସ୍ତୁତି କରାଯାଇଛି,ଏହି ମେଳାରେ ଆକର୍ଷଣୀୟ ମିନାବଜାର,ଦୋଳି,ଅପେରା ସାଙ୍ଗକୁ ଖାଦ୍ୟ ଷ୍ଟଲ ବସାଯାଇଛି,ଶୁକ୍ରବାର ଶିବରାତ୍ରି ଠାରୁ ଜାଗର ମେଳା ଆରମ୍ଭ ହୋଇଥିବାବେଳେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି,ଶାନ୍ତି ଶୃଙ୍ଖଳା ପାଇଁ ଏଠାରେ ଘଷିପୁରା ପୋଲିସ ପକ୍ଷରୁ ଅସ୍ଥାୟୀ ଫାଣ୍ଡି ପ୍ରତିଷ୍ଠା କରାଯାଇଛି,କୁଶଳେସ୍ୱର ସାଂସ୍କୃତିକ ପରିଷଦ ତରଫରୁ ଅଖଣ୍ଡ ଭଜନ ସମାରୋହ ଓ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଶିବରାତ୍ରି ଡି ଭୋରୁ ମନ୍ଦିର ଫାଟକ ଖୋଲାଯାଇ ସୂର୍ଯ୍ୟପୂଜା,ମଙ୍ଗଳ ଆରତୀ ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଠାକୁରଙ୍କ କୃପାଲଭ କରିଛନ୍ତି,ସନ୍ଧ୍ୟାରେ ଦୀପ ଜାଳି ଉଜାଗର ରହିବା ସହିତ ରାତି ୧୦.୪୦ମିନିଟରେ ମହାଦୀପ ଉଠିଥିଲା.ଏହି ଜାଗର ମେଳା କୁ ଶାନ୍ତିଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ତରଫରୁ ସମସ୍ତ ସହଯୋଗ କରାଯାଇଛି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି.
ଲୋକାଲ ଖବର
ଜାଗର ମେଳାରେ ସ୍କାଉଟ୍ ଗାଇଡି ସେବା ଶିବିର,,
ଘଷିପୁରା/ଆନନ୍ଦପୁର(ଆପ୍ର):- ଆନନ୍ଦପୁର ବ୍ଲକ ଆନ୍ତର୍ଗତ ବେଲବାହାଳି ଜାଗର ମେଳାରେ ମା ମଙ୍ଗଳା ବାଳିକା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ମୁରଲୀଧର ସାହୁ ଏବଂ ସ୍କାଉଟ୍ ଗାଇଡି କ୍ୟାପ୍ ଟେନ ଶ୍ରୀମତୀ ରମାମଣି ସାହୁଙ୍କ ତତ୍lବଧାନରେ ବିଦ୍ୟାଳୟର ସ୍କାଉଟ୍ ଛତ୍ରୀ ମାନଙ୍କ ଦ୍ଵାରା ସେବାଶିବିର ଖୋଲାଯାଇଛି , ଏହି ମେଳାକୁ ଆସୁଥିବା ସମସ୍ତ ଲୋକମାନଙ୍କୁ ସ୍କାଉଟ୍ ଗାଇଡି ମାନେ ସେମାନଙ୍କୁ ମାଗଣାରେ ପିଇବା ପାଇଁ ଟଙ୍କାରୋରାଣୀ ପ୍ରଦାନ କରିବା ସହ ମାଗଣା ଜୋତା ଷ୍ଟାଣ୍ଡ,ପ୍ଲାଷ୍ଟିକ ମୁକ୍ତ ଓ ସମସ୍ତ ଅଳିଆ ଆବର୍ଜନା ସଫା କରି ଏକ ସ୍ୱଚ୍ଛ ଭାରତ କାଯ୍ୟକମ ଓ ପ୍ରାଥମିକ ଚିକିତ୍ସା ସେବା କରି ଲୋକମାନଙ୍କୁ ସଚେତନ କରାଇଥିଲେ ,ଏଥିରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ରତ୍ନାକର ସାହୁ ଏହି କାଯ୍ୟକ୍ରମକୁ ଉଦଘାଟନ କରିବାସହ କିପାରିଭାବେ ଜାଗର ମେଳାରେ ଗାଇଡି ମାନେ ଶାନ୍ତି ଶୃଙ୍ଖଳା ରେ ଟଙ୍କାତୋରାଣୀ ବଣ୍ଟନ କରିପାରିବେ ଏଥିପ୍ରତି ସଚେତନ ରହିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କହିଥିଲେ ,ଏଥିରେ ଦୁଇ ଦିନ ଧରି ଏଭଳି କାଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟ ସ୍କାଉଟ୍ ଛତ୍ରୀମାନେ ଏଥିପାଇଁ ବିଦ୍ୟାଳୟ କମିଟିର ସଦସ୍ୟ ବୈକୁଣ୍ତ ନାଥ ସାହୁ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ସ୍କାଉଟ୍ ଗାଇଡି ଓ ମାଷ୍ଟର ଏବଂ ଛାତ୍ରୀମାନଙ୍କର ଏଭଳି ସେବାକାଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଘଷିପୁରା ସ୍ଥିତ ଖଡିବିଲ ଷ୍ଟାଡିୟମ ପଡିଆ ଠାରେ ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୨୦୨୦ ଅନୁଷ୍ଠିତ.
ଘଷିପୁରା/ଆନନ୍ଦପୁର:-ଘଷିପୁରା ସ୍ଥିତ ଖଡିବିଲ ଷ୍ଟାଡିୟମ ପଡିଆ ଠାରେ ଖଡିବିଲ ଯୁବକ ସଙ୍ଘ ପକ୍ଷରୁ ନବମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୦ଅନୁଷ୍ଠିତ ହୋଇଯାଇଛି, ୮ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ମ୍ୟାଚ ରେ ପ୍ରଥମ ମ୍ୟାଚରେ ମଦନପୁର ସହିତ ବାରିଗାଁ ନାଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ବାରିଗାଁ ବିଜୟୀ ହୋଇଥିଲା, ଦ୍ୱିତୀୟମ୍ୟାଚରେ ଶାଳପଡା ସହିତ କେସଦୁରାପାଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଭାବେଳେ ଶାଳପଡା ବିଜୟୀ ହୋଇଥିଲା,ତୃତୀୟ ମ୍ୟାଚରେ ବେଲବାହାଳି ସହିତ ପଞ୍ଚୁପଲ୍ଲୀ ମଧ୍ୟରେ ହୋଇଥିବାବେଳେ ବେଲବାହାଳି ବିଜୟୀ ହୋଇଥିଲା,ଚଥୁର୍ଥ ମ୍ୟାଚ ରେ ନୂଆପଡା ସହିତ ଭାଟସୀରା ମଧ୍ୟରେ ହୋଇଥିବାବେଳେ ନୂଆପଡା ବିଜୟୀ ହୋଇଥିଲା,ପଞ୍ଚମ ମ୍ୟାଚରେ ଟୁକୁଣା ସହିତ କେଶଦୁରାପାଳ ମଧ୍ୟରେ ହୋଇଥିବାବେଳେ ଟୁକୁଣା ବିଜୟୀ ହୋଇଥିଲା,ଏହି କ୍ରିକେଟ ମ୍ୟାଚରେ ଅମ୍ପାୟାର ଭାବେ ସୂର୍ଯ୍ୟମଣି ଜେନା ଓ ବିଜୟ କୁମାର ଜେନା ଅମ୍ପୟରିଂ କରୁଥିବାବେଳେ ସ୍କୋରର ଭାବେ ସମୀର ଜେନା,ଧାରାବିବାରଣୀ ପଢୁଥିଲେ ସୁରେଶ କୁମାର ଜେନା,ଏଥିରେ ମୁଖ୍ୟ ଅତିଥି ଭାବେ କରୁଣାକର ଜେନା k.k ମିଉଜିକ ର ପ୍ରଯୋଜକ,ବିଜୟ କୁମାର ମିଶ୍ର ଆନନ୍ଦପୁର ଧନେଇ ଯୁବପରିଷଦ ର ସଭାପତି,ବିଚିତ୍ର କୁମାର ଜେନା ପ୍ରଧାନ ଶିକ୍ଷକ ଖଡିବିଲ ପ୍ରାଥମିକ ବିଦ୍ୟାଳୟ,ନୀଳମଣି ବାରିକ ସହକାରୀ ଶିକ୍ଷକ,ଜୟରାମ ଜେନା ସମାଜସେବୀ ବୟୋଜ୍ୟେଷ୍ଠ ବ୍ୟକ୍ତି,ନୀଳମଣି ଜେନା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଓକିଲ ଜେନା,ସୁଦର୍ଶନ ଜେନା,ଲଛମନ ଜେନା,ବଳରାମ ଜେନା,ସୁକାନ୍ତ ଜେନା,ମକୁନ୍ଦ ଜେନା,ବିଚିତ୍ର ପେରେଇ,ଦେବେନ୍ଦ୍ର ଜେନା,ସିପୁନ ଦଳେଇ,ଶିଶିର ଜେନା,ହାଡ଼ିବନ୍ଧୁ ଦଳେଇ,ମଙ୍ଗୁଳି ଜେନା,ବିଜୁ ଜେନା,ସନ୍ତୋଷ ପେରେଇ ପ୍ରମୁଖ ସହଯୋଗ କରିଥିଲେ.