DATE-25.10.2019 TIME-10.10AM ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଅନନ୍ଦପୁରରେ ଜନଜୀବନ ଅସ୍ତବ୍ୟସ୍ତ.
ଆନନ୍ଦପୁର:ଆନନ୍ଦପୁର ରେ ଲଘୁଚାପ ଜନିତ ବର୍ଷା ଗତ ୨୩ତାରିଖ ଠାରୁ ଲାଗିରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାର ଦେଖାଯାଇଛି,ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି, ରାସ୍ତା ଓ ଡ୍ରେନ ରେ ବର୍ଷା ପାଣି ଜମିରହିଥିବା ଦେଖାଯାଇଛି,ସେହିପରି ବିଭିନ୍ନ ଚାଷ ଜମିରେ ହୋଇଥିବା ଫସଲ ସବୁ କ୍ଷତିଗ୍ରସ୍ତ ହୋଇଛି,ଲଗାଣ ବର୍ଷା ଯୋଗୁ ଚାଷୀ,ଦିନମଜୁରିଆ ଓ ସାଧାରଣ ଲୋକେ କୌଣସି କାର୍ଯ୍ୟ କରିନପାରି ଘରେ ରହିଥିବା ବେଳେ ପରିବାର ପ୍ରତିପୋଷଣ କରିବାରେ ଅସୁବିଧା ଦେଖାଦେଇଛି,ସେହିପରି ଆନନ୍ଦପୁର ର ବିଭିନ୍ନ ସାହି ବସ୍ତିରେ ନାଳ ନର୍ଦମା ପାଣି ରାସ୍ତା ଉପରେ ଚାଲୁଥିବାରୁ ଲୋକମାନଙ୍କ ଯିବାଆସିବା ରେ ଘୋର ଅସୁବିଧା ସୃଷ୍ଟି ହୋଇଛି,ବିଭିନ୍ନ ସାହି ରେ ଥିବା ଡ୍ରେନ ଗୁଡିକ ଠିକ ଭାବେ ନିର୍ମାଣ କରାଯାଇନଥିବାରୁ ବର୍ଷା ପାଣି ଘରେ ପଶୁଥିବାର ଦେଖାଯାଇଛି,ବର୍ଷା ଯୋଗୁ ବିଭିନ୍ନ ଦୋକାନ ବଜାର ବ୍ୟବସାୟ ମାନ୍ଦା ରହୁଥିବା ବେଳେ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ କମ ରହୁଥିବା ଦେଖାଯାଇଛି,ବିଶେଷ କରି ଦୀପାବଳି ପାଇଁ ବାଣ ଆଣିଥିବା ବ୍ୟବସାୟୀ ମାନେ ଘୋର କ୍ଷତିଗ୍ରସ୍ତ ହେଉଛନ୍ତି,ଏହିଭଳି ପରିସ୍ଥିତିରେ ଚଳିତ ବର୍ଷ ଦୀପାବଳି ଉତ୍ସବ ଫିକା ପଡିବା ଜଳଜଳ ଦିଶୁଛି.
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି” Expressnews24x7live
ଲୋକାଲ ଖବର






ଲୋକାଲ ଖବର


ଲୋକାଲ ଖବର
21.10.219 12.30pm expressnews24x7live. news. blog ରାମଚନ୍ଦ୍ରପୁର ଥାନା ହରିପୁର ଗାଁ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିପୁର ଗାଁର ଗୋବର୍ଦ୍ଧନ ନାଥ । ମୁଣ୍ଡରେ ଗଭୀର କ୍ଷତ ଥିବାରୁ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ ।ତେବେ ଗତକାଲି ରାତିରେ ସେ ନିଜ ବଡଭାଇଙ୍କ ଘରେ ଚା’ ପିଇସାରି କେଉଁଆଡେ ଚାଲିଯାଇଥିଲେ । ରାତିରେ ଆଉ ଘରକୁ ଫେରିନଥିଲେ । ତେବେ କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କଲା, ସେ ନେଇ କୌଣସି ସଠିକ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି”
ଲୋକାଲ ଖବର
20.10.2019 19.52 expressnews24x7live। ବି.ଏନ୍. ହାଇସ୍କୁଲ ର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସ୍କୁଲ ପ୍ରାଙ୍ଗଣରେ ଇଞିନିୟର ଶ୍ରୀଧର ବେହେରା କଂ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖ ଓ ଫୋବୃଆରୀ ୧ ତାରିଖ ଏବଂ ୨ ତାରିଖ ୩ଦିନ ବ୍ୟାପି ପ୍ଲାଟିନମ୍ ଜୁବୁଲି ଉତ୍ସବ ମହାସମାରୋହରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପ୍ଲାଟିନମ୍ ଜୁବୁଲି କମିଟି ସର୍ବସମ୍ମତି କ୍ରମେ କାର୍ଯ୍ୟକତା ଚୟନ କରାଯାଇଛି। ପ୍ଲାଟିନମ୍ ଜୁବୁଲି କମିଟି ର ମୁଖ୍ୟପୁରୋଧା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ସମ୍ଵର୍ଦ୍ଧନା କମିଟୀ ର ଚେୟାରମ୍ଯାନ ରୂପେ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ, ସଭାପତି ରୂପେ ଇଞିନିୟର ଶ୍ରୀଧର ବେହେରା, ଉପସଭାପତି ଭାବେ ଆଡଭୋକେଟ ଶ୍ରୀ ଚିତ୍ତରଞ୍ଜନ ଦାଶ, ପ୍ରଫେସର ରମାକାନ୍ତ ନାୟକ, ସୁଶୀଲ କୁମାର ହୋତା ଓ ସୁରୋଶ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ମହେଶ୍ଵର ସାହୁ, ଯୁଗ୍ମସଂପାଦକ ରୂପେ ଶ୍ରୀ ନବରଂଜନ ପଟ୍ଟନାୟକ, ସହସଫାଦକ ରୂପେ ଶ୍ରୀ ବିନୋଦ କୁମାର ମିଶ୍ର, ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ଦାଶ ଓ ଶ୍ରୀ ପ୍ରଦୀପ କୁମାର ହାଜରୀ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଅଶୋକ କୁମାର ସାହୁ ଓ ସଂଯୋଗ ରୂପେ ଶ୍ରୀ ଦୁର୍ଗା ଚରଣ ଦଲେଇ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ପ୍ରଫେସର ଡଃ ଜଗନ୍ନାଥ ଶା, ପ୍ରଫେସର ଡକ୍ଟର ରାମଚନ୍ଦ୍ର ରାଉତ, ସାରଗଂଧର ଷେଣ୍ଢ, ମହେଶ୍ଵର ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସ୍ମରଣିକା କମିଟି ରେ ସର୍ବଶ୍ରୀ ରଘୁନାଥ ପଣ୍ଡିତ, ଉମାକାନ୍ତ ନାୟକ, ହରେକୃଷ୍ଣ ପତି, ଗଦାଧର ମିଶ୍ର, କୀର୍ତ୍ତନ ସାହୁ, ସାଂସ୍କୃତିକ କମିଟି ରେ ଶ୍ରୀ ଅଶୃମୋଚନ ମହାନ୍ତି, ପୂର୍ଣ୍ଣୈଦୁଲାଲ ଦତ୍ତ, ଗଗନବିହାରୀ ଭଟ୍ଟାଚାର୍ଯ୍ୟ, ଫାଇନାନ୍ସ କମିଟି ରେ ଶ୍ରୀଧର ଦଲେଇ, ଶ୍ରୀଧର ବେହେରା, ପବିତ୍ର ବେହେରା, ସୁରେଶ କୁମାର ସାହୁ, ସ୍କୁଲ ପ୍ରଧାନଶିକ୍ଷକ, ପ୍ରମୁଖ ନିଯୁକ୍ତି ପାଇଛନ୍ତି। ପରିଚାଳନା କମିଟି ରେ ୬୦ ଜଣ ପୁରାତନ ଛାତ୍ର ସ୍ଥାନ ପାଇଛନ୍ତି। ପୁରାତନ ଛାତ୍ର ସଂସଦ କମିଟି ଗଠନ କରାଯାଇଛି। ସଭାପତି ରୂପେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଉପସଭାପତି ଭାବେ ଶ୍ରୀ ପବିତ୍ର ମୋହନ ବେହେରା, ସୁରେନ୍ଦ୍ର କୁମାର ଦଲେଇ, ସଂପାଦକ ଶ୍ରୀ ନିରାକାର ଦଳେଇ, ସହ ସଂପାଦକ ଶ୍ରୀ ସଂଗ୍ରାମ ମଗଂଲ, ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ ଭାବେ ଶ୍ରୀ ସନାତନ ବେହେରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି। “ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି”

ଲୋକାଲ ଖବର
୨୦.୧୦.୨୦୧୯ ୧୯.୪୨pm ହାଟଡ଼ିହି ବ୍ଲକ ବଞ୍ଚେ। ଗ୍ରାମରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟା ପଞ୍ଜିକରଣ ଅଭିଯାନ.
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଞ୍ଚେ। ଗ୍ରାମ ୩୪ନଂ ଯୋନ ରେ ବିଜେଡି ତରଫରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି,ଏଥିରେ ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ଓ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇ ଏକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ,ଏହି ଜନସମ୍ପର୍କ ପଦଯାତ୍ରା ୧୦ହଜାର ରୁ ଉର୍ଦ୍ଧ୍ବ ଲୋକ ମୁଗୁପୁର ମହାଦେବ ମନ୍ଦିର ରୁ ବାହାରି ବଞ୍ଚେ। ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ,ଏଥିରେ ଲୋକ ମାନଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ସଚେତନ କରାଇଥିଲେ,ଏଥିରେ ବିଜେଡି ର ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ,ଉପସଭାପତି ପ୍ରଶାନ୍ତ କୁମାର ରାଉତ,ସରପଞ୍ଚ ଶଶାଙ୍କ ଶେଖର ପୁହାଣ,ବରିଷ୍ଠ ନାଗରିକ ଅକ୍ଷୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ସଭ୍ୟ ପଞ୍ଜିକରଣ ଅଭିଯାନ ଏବଂ ଜନସମ୍ପର୍କ ପଦଯାତ୍ରା କୁ ସଫଳ କରିଥିଲେ,ଏଥିରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେଇଥିଲେ.
“ହାଟଡ଼ିହି ରୁ କମଳା କାନ୍ତ ଆଏଚ” expressnews24x7live

ଲୋକାଲ ଖବର
ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଶିଶୁ ବାଟିକା ମାତୃ କର୍ମଶାଳା ପାଳିତ.
ଆନନ୍ଦପୁର:ଆଜି ଆନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁ ବାଟିକା ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି,ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ କବିତା ସାହୁ ଯୋଗଦେଇ ଥିଲେ,ଶିଶୁ ଗଠନରେ ମା’ ମାନଙ୍କର ଭୂମିକା ସଂପର୍କ ରେ ନିଜର ମାର୍ଗ ଦର୍ଶନ କରିଥିଲେ,ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ। ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ବିଦ୍ୟଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ହରେକୃଷ୍ଣ ପତି ଅତିଥି ମାନଙ୍କ ପରିଚୟ ଦେବା ସହିତ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ,ଏହି କର୍ମଶାଳା ରେ ପ୍ରାୟ ୬୦ଜଣ ମା’ ଯୋଗ ଦେଇଥିଲେ,ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ଜ୍ୟେତ୍ରିମୟୀ ତ୍ରିପାଠୀ କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇଥିଲେ,ପରିଚାଳନା ସମିତିର ଉପସଭାପତି ଶ୍ରୀମତୀ ମମତରାଣୀ ଜେନା ଓ ସଦସ୍ୟା ଶ୍ରୀମତୀ ଅପର୍ଣ୍ଣା ନନ୍ଦୀ ଏଥିରେ ଯୋଗ ଦେଇ ନିଜ ମତ ଉପସ୍ଥାପନା କରିଥିଲେ,ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଙ୍କ ପୌରହତ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ.
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି”


ଲୋକାଲ ଖବର
ବିଜେଡି ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର(ଜୀବନ ବିନ୍ଦୁ) ଅନୁଷ୍ଠିତ.
ହାଟଡ଼ିହି:ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମତିଥି ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର (ଜୀବନ ବିନ୍ଦୁ)କାର୍ଯ୍ୟକ୍ରମ ଆଞ୍ଚଳିକ ମହାବିଦ୍ୟଳୟ ହାଟଡ଼ିହି ଠାରେ ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ,ଏଥିରେ ବିଭିନ୍ନ ସ୍ବେଛାସେବୀ ଓ କଲେଜ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ,ଏଥିରେ ମୋଟ ୧୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି,ଏହି କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟାରେ ବିଜେଡି କର୍ମୀ ,ସ୍ବେଛାସେବୀ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ସଫଳ କରିଥିଲେ.
(“ହାଟଡ଼ିହି ରୁ କମଳା କାନ୍ତ ଆଏଚ” )

ଲୋକାଲ ଖବର
ଫୁଟିଲା ୩୦ରୁ ଉର୍ଦ୍ଧ ବ୍ରହ୍ମକମଳ
——————————————
ଘଷିପୁରା ବ୍ଲକ ଗଁପୁର ପଞ୍ଚାୟତ ବେଗୁନିଆଁଡିହ ଗ୍ରାମର ପରିବେଶବିତ ନୃସିଂହଚରଣ ଦାସଙ୍କ ବରାଙ୍ଗ ସ୍ଥିତ ଫ୍ଲାର୍ମ ହାଉସ ବଗିଚାରେ ଗତ କିଛି ଦିନ ହେଲା ବିରଳ ପ୍ରଜାତିର ବ୍ରହ୍ମକମଳ ଫୁଲ ଫୁଟି ଥିବାବେଳେ ଗତ ରାତ୍ରୀରେ ଏକାଥରରେ ୩୦ରୁ ଉର୍ଦ୍ଧ ଫୁଲ ଫୁଟି ଥିବାର ଦେଖିବାକୁ ମିଳିଥିଲା । ସଂକ୍ରାନ୍ତି ଅବସରରେ ଏତେ ସଂଖ୍ଯକ ଫୁଲ ଫୁଟିଥିବାରୁ ଏହା ଇଶ୍ବରଙ୍କ ବରଦାନ ବୋଲି ସେ କହିଛନ୍ତି ,ବ୍ରହ୍ମକମଳ ଫୁଲ ଦେଖିବା ପାଇଁ ପାଖ ଆଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କ ସକାଳୁ ତାଙ୍କ ଫାର୍ମ ହାଉସରେ ଭିଡ ଜମାଇଥିଲେ ।ଶ୍ରୀ ଦାସ ଏବଂ ତାଙ୍କ ପତ୍ନୀ କମଳା ଦାସ ଏହି ବ୍ରହ୍ମକମଳ ଗଛକୁ ନୟାଗଡ ରାଜଉଆସରୁ ଆଣି ୧୯୮୮ ମସିହାରେ ତାଙ୍କ ବଗିଚାରେ ରୋପଣ କରିଥିଲେ । ଆଗରୁ ଗୋଟିଏ ଦୁଇଟି ଫୁଲ ଫୁଟୁ ଥିବା ବେଳେ ଆଜି ଏତେ ସଂଖ୍ଯକ ଫୁଲ ଫୁଟିଥିବାରୁ ସେ ଖୁବ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।ରିପୋଟ-Express news24x7live

