ଲୋକାଲ ଖବର

୬୨ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ,,
ଘଷିପୁରା/ଆନନ୍ଦପୁର:-(ଆପ୍ର): ଆନନ୍ଦପୁର ବ୍ଳକ ବେଲବାହାଳି ପଞ୍ଚାୟତ ରେ ପୂର୍ବରୁ ମୋଟ ୬୬୩ ଜଣ ପ୍ରକୁତ ହିତାଧିକାରୀଙ୍କୁ ରାଜ୍ୟ ସରକାର ଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ବାଧ୍ୟକ୍ୟ ଓ ବିଧବା ଏବଂ ବିକଳାଙ୍ଗ ମାନକୁ ଭତ୍ତା ପ୍ରତିମାସ ଦିଆ ଯାଉଛି , ଆଜି ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ବେଲବାହାଳି ପଞ୍ଚାୟତ ରେ ପହଞ୍ଚି ୬୨ ଜଣ ଗରିବ ଅସହାୟ ବୃଦ୍ଧା, ବୃଦ୍ଧି ଓ ବିକଳାଙ୍ଗ ମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ସମସ୍ତଙ୍କ ସହ କଥା ବାର୍ତ୍ତା ହୋଇ ଏଠି ନିଦଳୀୟ ଭାବେ ପାତର ଅନ୍ତର ନକରି ସମସ୍ତେଙ୍କୁ ସମାନ ଭାବେ ପ୍ରକୁତ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଥିଲେ ,ଏବଂ ଯେଉଁ ବୃଦ୍ଧା ବୃଦ୍ଧି ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଯଥାଶ୍ରୀଘ୍ର ଭତ୍ତା କରାଇଦେବା ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ପରାମର୍ଶ ଦେଇଥିଲେ, ଏଥିସହ ପଞ୍ଚାୟତ ର ଅନେକ ଗରିବ ଲୋକମାନେ ବିଭିନ୍ନ ପ୍ରକାର ଅଭିଯୋଗ ବିଧାୟକ ଙ୍କ ନିକଟରେ ଗୁହାରି କରିଥିଲେ, ମାନ୍ୟବର ବିଧାୟକ ସମସ୍ତଙ୍କ କଥା ଶୁଣିବା ସହ ସମସ୍ତଙ୍କ ସମସ୍ୟା ଯଥା ଶୀଘ୍ର ସମାଧାନ କରିବା ପାଇଁ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରକାଶ କରିଥିଲେ,ଏହାକୁ ଶୁଣି ଉପସ୍ଥିତ ଥିବା ମହିଳା ମାନେ ହୁଳହୁଳି ଦେଇ ଶୁଭେଚ୍ଛା ଜଣେଇଥିଲେ , ଆଜି ବେଲବାହାଳି ପଞ୍ଚାୟତ ପ୍ରାଙ୍ଗଣରେ ଟେଣ୍ଟ ମରାଯାଇ ୬୨ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ , ଏଥିରେ ବେଲବାହାଳି ସରପଞ୍ଚ ଶ୍ରୀମତୀ ସୁକାନ୍ତି ସାହୁଙ୍କ ତତ୍ବଧନରେ ଏହି କାଯ୍ୟକ୍ରମ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଓ ସଂମାନିତ ଅତିଥି ଭାବେ ଆନନ୍ଦପୁର ଏବିଡିଓ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ କର ଏବଂ ଜେଇ ଶ୍ରୀଯୁକ୍ତ ସହରାଇ ମିଞ୍ଜ ଓ ପଞ୍ଚାୟତ ପିଇଓ ସରୋଜ କୁମାର ସେଠୀ ଓ ବେଲବାହାଳି ପଞ୍ଚାୟତ ବିଜେଡି ସଭାପତି ପଦ୍ମଲୋଚନ ସାହୁ ଏବଂ ସମସ୍ତ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,,,

କେନ୍ଦୁଝର ଲୋକାଲ ଖବର

8.00PM 08.02.2020 ଆନନ୍ଦପୁର ମିନି ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଣ୍ଟ ଅନୁଷ୍ଠିତ, ଶଙ୍କର ସ୍ପୋର୍ସିଙ୍ଗ କ୍ଲବ ବିଜୟୀ.

ଆନନ୍ଦପୁର:ଆଜି ଆନନ୍ଦପୁର ମିନି ଷ୍ଟାଡିୟମରେ ଖେଳା ଯାଇଥିବା ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ରେ ବାଲେଶ୍ଵର ର ରାଜଘଟ କ୍ଳବ ସହିତ କେନ୍ଦୁଝର ର ଶଙ୍କର ସ୍ପୋଟିଂ କ୍ଳବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଖେଳ କୁ ସମ୍ପୂର୍ଣ୍ଣ ରୂପେ ମନୋରଞ୍ଜନ ଉଠାଇଥିଲେ ଦର୍ଶକ ମାନେ । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ବାଲେଶ୍ଵର ର ରାଜ୍ ଘାଟ କ୍ଳବ କୁ କେନ୍ଦୁଝର ର ଶଙ୍କର ସ୍ପୋଟିଂ କ୍ଳବ 1-0 ଗୋଲ ଦେଇ ଜିତିଥିଲା ।ଏହି ଖେଳ କୁ ପରିଚାଳନା ରେ ସହଯୋଗ କରିଥିଲେ ଆନନ୍ଦପୁର ର ବରିଷ୍ଠ ସାମ୍ବାଦିକ ନିରାକାର ଦଳେଇ ,ଅଗ୍ନିଶମ ଅଧିକାରୀ ପ୍ରତାପ ସିଂ ଏବଂ ବିଜେଡି ଯୁବ ନେତା ଓ ସମାଜସେବୀ ଦେବରଂଜନ ସାହୁ .ଏହି ମ୍ୟାଚ କୁ ଦେଖିବା ପାଇଁ ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଷ୍ଟାଡିୟମ ପଡିଆ ଠାରେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ର ଭରପୁର ମଜା ଉଠାଇଥିଲେ. ଆନନ୍ଦପୁର ରୁ LION GANESH ଙ୍କ ରିପୋଟ. ଏକ୍ସପ୍ରେସ ନିଉଜ ଟିମ ଓଡ଼ିଶାର ନିର୍ଭୟ ସ୍ୱର.

ଲୋକାଲ ଖବର

Express news team 11.00pm। ସ୍ବଦେଶୀ ସପ୍ତାହ ପାଳନ ଅବସରରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନ ରାଲି.
ଆନନ୍ଦପୁର:ଆନନ୍ଦପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତରଫରୁ ୯ତାରିଖ ଦିନ ଦିବା ୧୧ଘଟିକା ସମୟରେ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଙ୍କ ଦ୍ଵାରା ଏକ ସ୍ବଦେଶୀ ରାଲି ଅନୁଷ୍ଠିତ ହୋଇଯାଇଛି,ଏହି ରାଲିର ମୁଖ୍ୟ ଉଦ୍ଧେଶ୍ୟ ଥିଲା ନିଜ ଦେଶର ଜିନିଷକୁ ବ୍ୟବହାର କରି ନିଜ ଦେଶର ଉନ୍ନତି କରିବା ଏବଂ ବିଦେଶୀ ସାମଗ୍ରୀ କୁ ବର୍ଜନ କରିବା,ବିଦେଶୀ ସାମଗ୍ରୀ କୁ ବର୍ଜନ କରିବାକୁ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ଫ୍ଲାକ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଆନନ୍ଦପୁର ସହର ପରିକ୍ରମା କରି ଏକ ଜନ ସଚେତନ ରାଲି କରିଥିଲେ,ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନନ୍ତ ଚରଣ ଜେନାଙ୍କ ନେତୃତ୍ୱରେ ପରିଚାଳନା କମିଟିର ଉପସଭାପତି ମମତା ରାଣୀ ଜେନା,ସଦସ୍ୟା ଅପର୍ଣ୍ଣା ନନ୍ଦୀ ପରିଚାଳନା କରିଥିଲେ,ଏଥିରେ ବିଦ୍ୟାଳୟର ଗୁରୁମା କିରଣ ବାଳା ବେଉରିଆ ଓ ଲିଜାରାଣୀ ସାହୁ ମୁଖ୍ୟ ଭୂମିକା ନେଇଥିଲେ ଓ ବିଦ୍ୟାଳୟର ଅନ୍ୟ ଗୁରୁମା ସ୍ମିତାଞ୍ଜଳୀ ଗୁରୁମା,ରାଜଶ୍ରୀ ଗୁରୁମା,ସସ୍ମିତା ଗୁରୁମା,ଦୀପ୍ତି ଗୁରୁମା,ସବିତା ଗୁରୁମା,ମାନସୀ ଗୁରୁମା,ମନୋରମା ଗୁରୁମା,ଅନୁପମା ଗୁରୁମା,ବୀଣା ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ. ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି ଙ୍କ ରିପୋଟ

ଲୋକାଲ ଖବର

ଆନନ୍ଦପୁର ବ୍ରିଜଛକ ଠାରେ ରାଧାକୃଷ୍ଣ କ୍ଲବ ତରଫରୁ ରାଧାକୃଷ୍ଣ ରାହସଉତ୍ସବ ପୂଜା ଅନୁଷ୍ଠିତ.
ଆନନ୍ଦପୁର:ଆନନ୍ଦପୁର ର ସର୍ବପୁରାତନ କ୍ଲବ ରାଧାକୃଷ୍ଣ କ୍ଲବ ତରଫରୁ ୫ଦିନ ଧରି ରାଧାକୃଷ୍ଣ ପୂଜା ଅନୁଷ୍ଠିତ ହେଉଥିବାବେଳେ,ଏକାଦଶୀ ଦିନ ସକାଳୁ ବ୍ରାମଃ ମୁହୂର୍ତ୍ତରେ କଳସ ବୁଡା ପିଲା ମାନଙ୍କ ମଧ୍ୟରେ ନିଲୁ ମହାନ୍ତି,ରତିକାନ୍ତ ସାହୁ,ଗଣେଶ୍ୱର ମହାନ୍ତି,ରାମହାରି ରଣା, ସିତାନ୍ସୁ ମିଶ୍ର,ଆଶୀର୍ବାଦ ମିଶ୍ର,ଦିବ୍ୟସାଗର ସିଂହ,ଭବାନୀ ଶଙ୍କର ମିଶ୍ର ଙ୍କ ଦ୍ଵାରା ବୈତରଣୀ ନଦୀରୁ କଳସ ରେ ଜଳ ଆଣି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା,ଏହି ପୂଜା ୫ଦିନ ଧରି ଚାଲିବ,ଏଥିରେ ପ୍ରତ୍ୟେକ ଦିନ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥାଏ, ପୂଜା କମିଟି ତରଫରୁ ବିଭିନ୍ନ ଅଲୋକମାଳା ସହିତ ରଙ୍ଗ ବେରଙ୍ଗ ର ତୋରଣ ଭକ୍ତ ମାନଙ୍କ ଆକର୍ଷଣ ର କେନ୍ଦ୍ରବିଦୁ ପାଲଟିଛି,ପଞ୍ଚୁକ ପାଞ୍ଚ ଦିନ ଧରି ବହୁ ସଂଖ୍ୟାରେ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବାକୁ ଭିଡ଼ ଜମିଥାଏ,ପୂଜା କମିଟି ତରଫରୁ ଭକ୍ତ ଙ୍କ ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି,ଏହି ପୂଜା ମଣ୍ଡପ ର ମୁଖ୍ୟ ପୂଜକ ଝୁଲୁ ପଣ୍ଡା ଓ ଯୋଗୀ ପଣ୍ଡା ଙ୍କ ଦ୍ଵାରା ସମ୍ପୂର୍ଣ୍ଣ ରୀତିନୀତିରେ ରାଧାକୃଷ୍ଣ ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି,ପୂଜା କମିଟି ର ମୁଖ୍ୟ ରାଧାବଲଭ ମିଶ୍ର,ରବି ରାଜ୍,ମିଲୁ ମିଶ୍ର,ବିନ ମିଶ୍ର,ଆଦିକନ୍ତ ମହାକୁଡ଼,ରାମଚନ୍ଦ୍ର ଜେନା,ଲକ୍ଷ୍ମୀଧର ମିଶ୍ର,ଚକ୍ରଧର ସାହୁ,ଟିଟୁନ ଜେନା,ଅଚ୍ୟୁତ ସିଂ ଓ ପୂଜା କମିଟିର ସମସ୍ତ ମେମ୍ବର ମାନେ ଏହି ପୂଜା ରେ ସହଯୋଗ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି.
Expressnews24x7live

ଲୋକାଲ ଖବର

03.11.2019 12.30pm ବେଲବାହାଳିରେ ମେଗା ରକ୍ତଦାନ ଶିବିରରେ ୭୬ ଇୟୁନିଟି ରକ୍ତ ସଂଗ୍ରହ ,,
ଆନନ୍ଦପୁର:-ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଗ୍ରାମରେ କାଳୀପୂଜା କୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଯୁବକ ମାନଙ୍କ ଦ୍ୱରା କିବେକାନନ୍ଦ ଶିକ୍ଷାକେନ୍ଦ୍ର ବେଲବାହାଳି ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଏଥିରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଯୁବକ ଓ ଯୁବତୀ ମାନେ ଯୋଗଦେଇଥିଲେ, ଏହି ମହତ ରକ୍ତଦାନ ଶିବିରର କାଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ଏଥିରେ ଆନନ୍ଦପୁର ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ ଉଦୟ ଭାସ୍କର ପଣ୍ଡା ଓ ସହକର୍ମୀ ମାନେ ଯୋଗଦେଇ ସହଯୋଗ କଟିଥିଲେ, ଏଥିରେ ମୋଟ ୭୬ ଇୟୁନିଟି ରକ୍ତ ସଂଗ୍ରହ କରାଯାଇଛି ଏଥିରେ ଯୁବକ ମାନେ ତଥା ଝାଡେଶ୍ୱର ସାହୁ, ଉପେନ୍ଦ୍ର ସାହୁ, କୈଳାସ ସାହୁ,ସନ୍ତୋଷ ସାହୁ, ବିଜୟାନନ୍ଦ ସାହୁ, ବୁଲୁ ବିଶ୍ୱାଳ, ପ୍ରକାଶ ସାହୁ,ଅବକାଶ ସାହୁ, ଈଶ୍ୱର ସାହୁ, ପ୍ରକାଶ ସାହୁ, ରାମଚନ୍ଦ୍ର ସାହୁ, ତାପସ ସାହୁ,ସୁକଦେବ ସାହୁ, ଅଭିନନ୍ଦନ ବେହେରା, କାର୍ତ୍ତିକ ସାହୁ,ଏବଂ ଅନ୍ୟ ସମସ୍ତ ଯୁବକ ମାନେ ଉପସ୍ଥିତ ରହି ସହଯୋଗ କରିଛନ୍ତି,,ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସମାଜ ସୁରକ୍ଷା ଅଧିକାରୀ ଡ଼ ସମ୍ବୁନାଥ ରାଉତ ଏବଂ ୩ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଭାକର ସାହୁ ,ବେଲବାହାଳି ସରପଞ୍ଚ ଶ୍ରୀମତୀ ସୁକାନ୍ତି ସାହୁ, ସମାଜସେବୀ ଅରୁଣ ସାହୁ,ଏବଂ ଏଚଡିଏଫସି ବ୍ୟାକଂର ମ୍ୟାନେଞ୍ଜର ବିଶ୍ୱରଞ୍ଜ ସୁଅର ଓ କର୍ମଚାରୀ ପିଣ୍ଟୁ ସିଂ,ବିକ୍ରମ ବାରିକ ମଧ୍ୟ ସହଯୋଗ କରିଥିଲେ, ଏହିପରି ଗ୍ରାମର ଯୁବକ ମାନକଂ ପ୍ରୟାସକୁ ବୁଦ୍ଧିଯୀବିକଂ ମହଲରେ ସ୍ୱାଗତ କରାଯାଇଥିବାବେଲେ ଖବର ପାଇ ଭୁବନେଶ୍ବରରୁ ଆସି ସମାଜସେବୀ ରକ୍ତଦାନ କରଛନ୍ତି ତେଣୁ ପୁଜାକମିଟି ପୁପ୍ଫଗୁଛ ଦେଇ ସ୍ବାଗତ କରାଯାଇଥିଲା,, “ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି” Expressnews24x7live

ଲୋକାଲ ଖବର

ବାଣ ବିକ୍ରି ଉପରେ କଟକଣା
ଆନନ୍ଦପୁର:ଆନନ୍ଦପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ବାଣ ବିକ୍ରି ଉପରେ କଟକଣା ଜାରିକରାଯାଇଛି,ବଜାର ରେ ବାଣ ବିକ୍ରି ନିଷେଧ କରାଯାଇଥିବା ବେଳେ ତହସିଲ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ଏସବୁ ସ୍ଥାନରେ ବାଣ ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯାଇଛି,ଜନବସତି ଠାରୁ ୫୦୦ମିଟର ଦୂରରେ ବାଣ ଦୋକାନ କରାଯିବା ସହ ଏଥିପାଇଁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି,ଆନନ୍ଦପୁର ବି.ଏନ ହାଇସ୍କୁଲ ପଡିଆ,ଘଷିପୁରା ଝାଡେଶ୍ୱର ମନ୍ଦିର ନିକଟ ହାଟ ପିଣ୍ଡି,ବାରିଗାଁ ଫାୟାରଷ୍ଟେସନ ନିକଟ ପଡିଆ,ଶାଳବଣି ପଡ଼ିଆରେ ବାଣ ବିକ୍ରି କରିବାକୁ ଅନୁମତି ଦିଆଯାଇଛି,ଏନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ମଧ୍ୟ ଅବଗତ କରାଯାଇଛି ବୋଲି ତହସିଲଦାର କହିଛନ୍ତି.ସେହିପରି ବର୍ଷା ଯୋଗୁ ଘଷିପୁରାରେ ବାଣ ଦୋକାନ ଖୋଲି ପାରିନଥିବା ବେଳେ ଆନନ୍ଦପୁର ରେ କଁ। ଭାଁ ଦୋକାନ ଖୋଲିଛି.
ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି

ଲୋକାଲ ଖବର

ପୌରପରିଷଦ ଅବହେଳା ଯୋଗୁ ଗ୍ରାମବାସୀ ଙ୍କ ଦ୍ଵାରା ସଫେଇ
ଆନନ୍ଦପୁର:ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ଗ୍ରାମର ୧ନଂ ୱାର୍ଡ ସାମଲ ସାହି ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଆବର୍ଜନାକୁ ପୌରପରିଷଦ ତରଫରୁ ସଫେଇ କରାଯାଉନଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ସଫେଇ କରାଯାଇଥିବା ଦେଖାଯାଇଛି,ଆନନ୍ଦପୁର ପୌରପରିଷଦ ପଦ୍ମପୁର ଗ୍ରାମ ଏକ ଚାଷୀ ବହୁଳ ଗ୍ରାମଭାବେ ଉପଖଣ୍ଡ ରେ ବେଶ ପରିଚିତ ଥିବାବେଳେ ପୌରପରିଷଦ ପକ୍ଷରୁ ସଫେଇ କାର୍ଯ୍ୟ ଅବହେଳା ହେଉଥିବାରୁ ରାସ୍ତା କଡରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡି ପରିବେଶ ଦୂଷିତ କରିବା ସହ ମଶା ଡାଅଂଶ ଙ୍କ ପ୍ରଭାବରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି,ଗ୍ରାମର ଉତ୍ସାହୀ ଯୁବକ ମାନେ ମିଳିତ ଭାବେ ସାମଲ ସାହି ରାସ୍ତାର ଦୁଇପାର୍ଶ୍ଵ ରେ ପଡିଥିବା ଅଳିଆ ଆବର୍ଜନା କୁ ଟ୍ରାକ୍ଟର ରେ ବୋହି ଅନ୍ୟତ୍ର ପକାଉଥିବା ଦେଖାଯାଇଛି,ସଫେଇ ପାଇଁ ପୌରପରିଷଦ ପକ୍ଷରୁ ମାସକୁ ଲକ୍ଷଲକ୍ଷ ଟଙ୍କା ଟେଣ୍ଡର ମାଧ୍ୟମରେ ଦିଆଯାଉଥିବା ବେଳେ ସଫେଇ କାର୍ଯ୍ୟ ଠିକ ଭାବେ ନହେବା ନରହରି ସାମଲ,ଶ୍ରୀପତି ସାମଲ,ପ୍ରଦୀପ ସାମଲ,ଅଜୁ ସାହୁ,କବିନ୍ଦ୍ର ସାହୁ,ଝାଡେଶ୍ୱର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି,ସେହିପରି ୩ନଂ ୱାର୍ଡ ପାଟରା ସାହି ରେ ସଫେଇ କାର୍ଯ୍ୟ ଠିକ ଭାବେ ହେଉନଥିବାର ୱାର୍ଡ ବାସିନ୍ଦା ଦେବ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି,ଏଥିପ୍ରତି ପୌରପରିଷଦ ଅଧିକାରୀ ଦୃଷ୍ଟି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି.
ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି

ଲୋକାଲ ଖବର

ବେଆଇନି ମୋରମ ଚାଲାଣ
ଆନନ୍ଦପୁର:ଆନନ୍ଦପୁର ପୌରାଞ୍ଚଳରେ ମୋରମ ମାଫିଆଙ୍କ ରାଜ୍ ବଢ଼ିବାରେ ଲାଗିଛି,ପ୍ରଶାସନ ସବୁ ଜାଣି ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି,ବିନା ଲିଜରେ ସରକାରୀ ଜମିରୁ ଟ୍ରିପଟ୍ରିପ ମୋରମ ଚାଲାଣ ହେଉଛି,ଘଷିପୁରା ତହସିଲ ଅନ୍ତର୍ଗତ ସାଳପଡା ୧,୨ଓ ୩ ମୌଜା ରୁ ବ୍ୟାପକ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି,କିଛିଦିନ ହେଲା ଏଠାକୁ ବହୁ ସଂଖ୍ୟାରେ ଟ୍ରାକ୍ଟର ଓ ଟ୍ରକ ମୋରମ ନେବାକୁ ଆସୁଛନ୍ତି,ଦିନରାତି ମୋରମ ଖୋଳା ଚାଲିଥିବାରୁ ଏହି ସ୍ଥାନରେ ବିରାଟ ଖାଲ ସୃଷ୍ଟି ହୋଇ ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି କରିଛି,ମୋରମ ବୋଝେଇ ଟ୍ରାକ୍ଟର ଓ ଟ୍ରକ ଯାତାୟାତ ଦ୍ୱାରା ରାସ୍ତା ଘାଟ ଖରାପ ହେଉଥିବା ଅଭିଯୋଗ ହୋଇଛି,ବେଆଇନି ମୋରମ ଚାଲାଣ ବନ୍ଦ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି.
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି”

ଲୋକାଲ ଖବର

26.10.2019 10.30 କାନ୍ଥ ପଡି ଦୁଇ ମହିଳା ଗୁରୁତର
ଆନନ୍ଦପୁର:ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି,ଦୁଇଟି ସ୍ଥାନରେ ଘର କାନ୍ଥ ପଡି ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି,ତିନିଜଣ ଅଳ୍ପକେ ବର୍ତି ଯାଇଛନ୍ତି,ଆନନ୍ଦପୁର ଥାନା ପଚାଙ୍ଗ ଗ୍ରାମର କାଳନ୍ଦୀ ନାୟକ ଙ୍କ ପତ୍ନୀ ଇତିଶ୍ରୀ (୩୦)ଗତକାଲି ରାତି ୯ଟା ବେଳେ ରୋଷେଇ କରୁଥିବା ସମୟରେ ଘର କାନ୍ଥ ପଡି ଯାଇଥିଲା,ଇତିଶ୍ରୀ କାନ୍ଥ ତଳେ ପଡି ଯାଇଥିବାବେଳେ କିଛି ଦୂରରେ ଥିବା ଚାରିମାସର ଶିଶୁକନ୍ୟା ରକ୍ଷା ପାଇଯାଇଥିଲା,ସେହିପରି ଘଷିପୁରା ଥାନା ଭଣ୍ଡାରିଡିହା ପଞ୍ଚାୟତ ବସନ୍ତପୁରା ଗ୍ରାମର ଲକ୍ଷ୍ମଣ ହଁ।ସଦା ଙ୍କ ପତ୍ନୀ ମାଇନା ହଁ।ସଦା (୫୦)ଓ ତାଙ୍କ ଦୁଇପୁଅ ସୁନାରାମ,ସିତାରାମ ସୋଇଥିବାବେଳେ ଘର କାନ୍ଥ ପଡିଥିଲା,ମାଇନ କାନ୍ଥ ତଳେବ ଚାପି ହୋଇଯାଇଥିବା ବେଳେ ଦୁଇପୁଅ ବର୍ତି ଯାଇଥିଲେ,ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟ ରେ ଭର୍ତ୍ତି କରାଯାଇଛି.
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି” expressnews24x7live. news. blog

ଲୋକାଲ ଖବର

26.10.2019 12.10 ଆଜି ଆନନ୍ଦପୁର କଲ୍ୟାଣମଣ୍ଡପ ଠାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ଙ୍କ ଦ୍ଵାରା ବାର୍ଦ୍ଧକ୍ୟଭତା ଓ ବିଧବା ଭତା ବଣ୍ଟନ.
ଆନନ୍ଦପୁର:ଆନନ୍ଦପୁର ପୌରପରିଷଦ କଲ୍ୟାଣମଣ୍ଡପ ଠାରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ହିତାନ୍ସୁ ଶେଖର ସାମଲ ଙ୍କ ନେତୃତ୍ୱରେ ଏକ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ପୌରପରିଷଦ ବିଭିନ୍ନ ୱାର୍ଡ ର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ,ଯୋଗ୍ୟ ହିତାଧିକାରୀ ମାନଙ୍କୁ ମାନ୍ୟବର ବିଧାୟକ ଭତା ବଣ୍ଟନ କରିଥିଲେ,ମୋଟ ୬୭ରୁ ଉର୍ଦ୍ଧ୍ଵ ଭତା ବଣ୍ଟନ କରାଯାଇଥିଲା ଏବଂ ରହିଯାଇଥିବା ହିତାଧିକାରୀଙ୍କୁ ଭତା ପ୍ରଦାନ କରିବାକୁ ବିଧାୟକ ନିର୍ଦେଶ ଦେଇଥିଲେ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହ କିପରି ସମସ୍ତ ଯୋଜନା ର ସଫଳ ରୂପାୟନ ହୋଇପାରିବ ସେ ନିଜ ବକ୍ତବ୍ୟ ରେ କହିଥିଲେ,ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦେବରଞ୍ଜନ ସାହୁ ଓ ପୌରପରିଷଦ ର ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.
“ଆନନ୍ଦପୁର ରୁ ଗଣେଶ୍ୱର ମହାନ୍ତି” expressnews24x7live.news.blog

Blog at WordPress.com.

Up ↑

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Express news24x7live

ଓଡିଶା ଲୋକାଲ ଖବର

expressnews24x7live.news.blog

expressnews24x7live.news.blog

Discover WordPress

A daily selection of the best content published on WordPress, collected for you by humans who love to read.

The Atavist Magazine

ଓଡିଶା ଲୋକାଲ ଖବର

Longreads

Longreads : The best longform stories on the web

WordPress.com News

The latest news on WordPress.com and the WordPress community.

Design a site like this with WordPress.com
Get started